ଇରାନର ତେଲ ଟ୍ୟାଙ୍କରରୁ ଧରାପଡିଥିବା ୨୪ ଭାରତୀୟଙ୍କୁ ମୁକ୍ତ କଲା ବ୍ରିଟେନ୍‌

ନୂଆଦିଲ୍ଲୀ: ବ୍ରିଟେନ୍‌ କବଜାରେ ଥିବା ଇରାନର ତେଲ ଟ୍ୟାଙ୍କରରେ ଉପସ୍ଥିତଥିବା ୨୪ ଭାରତୀୟଙ୍କୁ ମୁକ୍ତ କରି ଦିଆଯାଇଛି । ବିଦେଶ ରାଜ୍ୟମନ୍ତ୍ରୀ ଭି.ମୁରଲିଧରନ୍‌ ଟୁଇଟ କରି ଏହା ସୂଚନା ଦେଇଛନ୍ତି । ସେ କହିଛନ୍ତି ସେ ବ୍ରିଟେନର ହାଇକମିସନଙ୍କ ସହ କଥା ହୋଇଛନ୍ତି, ହାଇକମିସନ କହିଛନ୍ତି ଇରାନର ତେଲ ଟ୍ୟାଙ୍କରରୁ ଧରାପଡିଥିବା ୨୪ ଜଣ ଭାରତୀୟଙ୍କୁ ମୁକ୍ତ କରିଦିଆଯିବ । ଏହା ସହ ସମସ୍ତଙ୍କୁ ଭାରତ ଅଣାଯିବ ।

ସୂଚନା ଅନୁସାରେ ଜୁଲାଇ ମାସରେ ଇରାନରୁ ସିରିଆ ଯାଇଥିବା ତେଲ ଟ୍ୟାଙ୍କରକୁ ବ୍ରିଟେନ ନୌସେନା ଧରିଥିଲା । ଏହି ତେଲ ଟ୍ୟାଙ୍କରରେ ୨୪ ଜଣ ଭରତୀୟ ଉପସ୍ଥିତ ଥିଲେ । ବର୍ତ୍ତମାନ ୨୪ ଜଣ ଭାରତୀୟଙ୍କୁ ମୁକ୍ତ କରିଦିଆଯାଇଛି କିନ୍ତୁ ତେଲ ଟ୍ୟାଙ୍କରଟି ବ୍ରିଟେନ୍‌ ଅଧିନରେ ରହିଛି ।

ସମ୍ବନ୍ଧିତ ଖବର