ନୂଆଦିଲ୍ଲୀ: ରୁଷିଆର ଗୋଳାମାଡ଼ରେ ୟୁକ୍ରେନ୍ରେ ପ୍ରାଣ ହରାଇଥିବା ଭାରତୀୟ ମେଡିକାଲ ଛାତ୍ର ନବୀନ ଶେଖରାପ୍ପା ଜ୍ଞାନଗୌଦରଙ୍କ ପିତା ଶେଖର ଗୌଡ଼ା କହିଛନ୍ତି, ତାଙ୍କ ପୁଅ ଦ୍ବାଦଶ ଶ୍ରେଣୀରେ ବିନା ଟ୍ୟୁସନରେ ୯୭ ପ୍ରତିଶତ ମାର୍କ ରଖି ପାସ୍ କରିଥିଲା। ପିଲାଦିନରୁ ଡାକ୍ତରୀ ପଢ଼ି ଲୋକଙ୍କ ସେବା କରିବାକୁ ତା’ର ଖୁବ୍ ଆଗ୍ରହ ଥିଲା। କିନ୍ତୁ ଭାରତରେ ମେଡ଼ିକାଲ ସିଟ୍ ନ ମିଳିବାରୁ ବିଦେଶ ଯିବାକୁ ସେ ବାଧ୍ୟ ହୋଇଥିଲା। ଭାରତୀୟ ଶିକ୍ଷାରେ ବିଭିନ୍ନ ବର୍ଗ ପାଇଁ ରହିଥିବା ସଂରକ୍ଷଣ ବ୍ୟବସ୍ଥା ଯୋଗୁ ମେଧାବୀ ଛାତ୍ର ହୋଇ ମଧ୍ୟ ସେ ଭାରତରେ ମେଡ଼ିକାଲ ପଢ଼ିପାରିଲା ନାହିଁ। ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହୋଇଯିବା ପରେ ପୁଅକୁ ଫେରାଇ ଆଣିବା ପାଇଁ ପରିବାର ପକ୍ଷରୁ ତିନି-ଚାରିଦିନ ଧରି ବହୁ ଲୋକଙ୍କୁ ଓ ବହୁ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା। ସମସ୍ତେ କେବଳ ଫମ୍ପା ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ପୁଅକୁ ହରାଇବାକୁ ପଡ଼ିଲା। ତାଙ୍କ ପୁଅର ମୃତ୍ୟୁ ପାଇଁ ଭାରତର ସଂରକ୍ଷଣ ବ୍ୟବସ୍ଥା ଦାୟୀ ବୋଲି ଶେଖର ଗୌଡ଼ା ଅଭିଯୋଗ କରିଛନ୍ତି।
ୟୁକ୍ରେନ୍ରେ ପୁଅର ମୃତ୍ୟୁ ପାଇଁ ଭାରତୀୟ ସଂରକ୍ଷଣ ବ୍ୟବସ୍ଥା ଦାୟୀ: ମୃତ ନବୀନଙ୍କ ପିତା
/sambad/media/post_attachments/wp-content/uploads/2022/03/fhsfhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)