ନୂଆଦିଲ୍ଲୀ: ରବିବାର ଦିନ ମୁମ୍ବାଇର ୧୪ ଜଣିଆ ହିପ୍-ହପ୍ ନୃତ୍ୟଦଳ ‘ଦି କିଙ୍ଗ୍ସ୍’ ଏନ୍ବିସି ଡ୍ୟାନ୍ସ୍ ରିଅଲିଟି ସୋ’ ଓ୍ଵାଲ୍ର୍ଡ ଅଫ୍ ଡ୍ୟାନ୍ସ୍ରେ ବିଜୟୀ ହୋଇ ୧ ଲକ୍ଷ ମିଲିୟନ୍ ଡଲାର୍ ପୁରସ୍କାର ପାଇଛି। ରବିବାର ଦିନ ଆୟୋଜିତ ଫିନାଲେରେ ଭାରତୀୟ ଦଳ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ କାନାଡା, ଫିଲିପିନ୍ସ୍, ଦକ୍ଷିଣ କାଲିଫଣ୍ଣିଆ ଆଦି ଦେଶର ନୃତ୍ୟଦଳ ଭାଗ ନେଇଥିଲେ।
ଭାରତର ନୃତ୍ୟଦଳରେ ଥିବା ୧୪ ଜଣିଆ ସଦସ୍ୟଙ୍କର ବୟସ ୧୭ ରୁ ୨୭ ବର୍ଷ ମଧ୍ୟରେ। ବଲି-ହିପ୍-ହପ୍ ଶୈଳୀରେ ପାରଦର୍ଶୀତା ଲାଭ କରିଥିବା ‘ଦି କିଙ୍ଗ୍ସ୍’ ଦଳ ୨୦୦୮ରେ ମୁମ୍ବାଇର ରାସ୍ତାଘାଟରେ ନୃତ୍ୟ ପରିବେଶଣ ଆରମ୍ଭ କରିଥିଲେ। ଇଣ୍ଡିଆର ଗଟ୍ ଟାଲେଣ୍ଟ୍ ସିଜନ୍ ୩ରେ ବିଜୟୀ ହେବା ପରେ ଏହା ଲୋକଲୋଚନକୁ ଆସିଥିଲା। ୨୦୧୫ରେ ଓ୍ଵାର୍ଲଡ୍ ହିପ୍ହପ୍ ଡ୍ୟାନ୍ସ୍ ଚାମ୍ବିୟାନ୍ସିପ୍ରେ ଏମାନେ ତୃତୀୟ ସ୍ଥାନ ଦଖଲ କରିଥିଲେ।
ଆମେରିକୀୟ ରିଅଲିଟି ସୋ ଓ୍ଵାର୍ଲଡ୍ ଅଫ୍ ଡ୍ୟାନ୍ସ୍ର ତୃତୀୟ ସିଜନ୍ ଫେବ୍ରୁଆରି ୨୬, ୨୦୧୯ରେ ଏନ୍ବିସି ଆରମ୍ଭ ହୋଇଥିଲା। ଜେନିଫର୍ ଲୋପେଜ୍, ନି-ୟୋ ଏବଂ ଡେରେକ୍ ହଗ୍ ଆଦି ବ୍ୟକ୍ତିମାନେ ଏଥିରେ ବିଚାରକ ଥିଲେ। ‘ଦି କିଙ୍ଗ୍ସ୍’ ନୃତ୍ୟ ପ୍ରଦର୍ଶନ ଦେଖି ସମ୍ପୃକ୍ତ ବିଚାରକମାନେ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ।