କାବୁଲରେ ଭାରତୀୟ ପ୍ରତିନିଧି ଦଳ, ଭାରତ ସହ ସୁସଂପର୍କ ପାଇଁ ଆଗ୍ରହୀ: ତାଲିବାନ

କାବୁଲ: ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ କରିବା ପରେ ଆଜି ପ୍ରଥମ ଥର ପାଇଁ ଏକ ଉଚ୍ଚସ୍ତରୀୟ ଭାରତୀୟ ପ୍ରତିନିଧି ଦଳ କାବୁଲ ଗସ୍ତ କରିଛନ୍ତି। ତାଲିବାନର ବରିଷ୍ଠ ନେତାମାନଙ୍କ ସହ କାବୁଲରେ ଭାରତୀୟ କୂଟନୈତିକ ଟିମ୍‌ର ଆଲୋଚନା ହୋଇଛି। ବିଦେଶ ମନ୍ତ୍ରାଳୟର ପାକ୍‌-ଆଫ୍‌ଗାନ-ଇରାନ୍‌ ମାମଲାର ପ୍ରଭାରୀ ଯୁଗ୍ମ ସଚିବ ଜେପି ସିଂହଙ୍କ ନେତୃତ୍ବରେ ଏହି ପ୍ରତିନିଧି ଦଳ ଆଫଗାନିସ୍ତାନ ପହଞ୍ଚିଛନ୍ତି। ଭାରତ ପକ୍ଷରୁ ଦିଆଯାଉଥିବା ମାନବୀୟ ସହାୟତା ପାଇଁ ତାଲିବାନ ନେତାମାନେ ସେମାନଙ୍କ କୃତଜ୍ଞତା ଜଣାଇବା ସହ ଭାରତ ସହ ଉତ୍ତମ ସଂପର୍କ ରକ୍ଷା କରିବାକୁ ଆଗ୍ରହୀ ବୋଲି କହିଛନ୍ତି। ଭାରତୀୟ ପ୍ରତିନିଧି ଦଳ ଆଫଗାନିସ୍ତାନର ବିକାଶ, ସୁରକ୍ଷା ସ୍ଥିତି, ମାନବନୀୟ ସହାୟତା ଏବଂ ପୂର୍ବରୁ ଭାରତ ସରକାରଙ୍କ ଦ୍ବାରା ଚାଲିଥିବା ବିଭିନ୍ନ ପ୍ରକଳ୍ପ ବାବଦରେ ତାଲିବାନ ନେତାଙ୍କ ସହ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର