ନୂଆଦିଲ୍ଲୀ: ଗତକାଲି ପାକ୍ ଅଧିକୃତ କଶ୍ମୀରର ଖୁଇରାତ୍ତା ସେକ୍ଟରରେ ଭାରତୀୟ ସେନାର ଅସ୍ତ୍ରବିରତି ଉଲ୍ଳଂଘନ ଦ୍ୱାରା ଜଣେ ୮ବର୍ଷୀୟ ଶିଶୁର ଜୀବନ ଯାଇଛି ବୋଲି ଅଭିଯୋଗ ଆଣି ପାକିସ୍ତାନ୍ ଆଜି ଭାରତର ଡେପୁଟି ହାଇ କମିସନର ଜେପି ସିଂହଙ୍କୁ ସମନ୍ କରିଛି। ଏହି ଘଟଣାରେ ତୀବ୍ର ଉଦ୍ବେଗ ପ୍ରକାଶ କରି ପାକିସ୍ତାନ ଡାଇରେକ୍ଟର ଜେନେରାଲ ମହମ୍ମଦ ଫୈସାଲ ଏପରି ସମନ୍ କରିଛନ୍ତି। ଭାରତ ୨୦୧୮ ମସିହାରେ ନିୟନ୍ତ୍ରଣ ରେଖା ନିକଟରେ ୩୩୫ ଥର ଅସ୍ତ୍ରବିରତି ଉଲ୍ଳଂଘନ କରିଛି ଏବଂ ଏହାଦ୍ୱାରା ୧୫ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି ଓ ୬୫ ଜଣ ଆହତ ହୋଇଥିବା ଫୈସାଲ ଦାବି କରିଛନ୍ତି। ୨୦୦୩ ଅସ୍ତ୍ରବିରତି ଯୋଜନାକୁ ସମ୍ମାନ ଦେବା ପାଇଁ ଫୈସଲ ଭାରତକୁ ପରାମର୍ଶ ଦେବା ସହ କ୍ରମାଗତ ଅସ୍ତ୍ରବିରତି ଉଲ୍ଲଂଘନର ଅନୁସନ୍ଧାନ କରିବାକୁ କହିଛନ୍ତି। ଅପରପକ୍ଷେ, ପାକିସ୍ତାନ ସେନା ଗୋଟିଏ ଭାରତୀୟ ଘାଟି ଧ୍ୱଂସ କରି ୨ ଯବାନଙ୍କୁ ମାରି ଦେଇଛି ବୋଲି ଦାବି କରିଛ। ମାତ୍ର ଏହାକୁ ଭାରତୀୟ ସେନା ଭିତ୍ତିହୀନ ଦର୍ଶାଇ ଖଣ୍ଡନ କରିଛିି।
ଭାରତୀୟ କୁଟନୀତିଜ୍ଞଙ୍କୁ ପାକିସ୍ତାନର ସମନ୍
/sambad/media/post_attachments/wp-content/uploads/2018/02/pakistan-court.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)