ନୂଆଦିଲ୍ଲୀ: ମଧ୍ୟପୂର୍ବ ଦେଶ ସିରିଆରେ ଗତ ୧୦ ବର୍ଷ ହେଲା ଗୃହଯୁଦ୍ଧ ଚାଲିଥିଲା । କିନ୍ତୁ ଗତ ମାତ୍ର ୧୧ ଦିନ ମଧ୍ୟରେ ହଠାତ୍ ନଟକୀୟଭାବେ ବଶାର ଅଲ-ଅସଦଙ୍କ ସରକାର କ୍ଷମତାଚ୍ୟୁତ ହୋଇଥିଲା। ମାତ୍ର କିଛି ଘଣ୍ଟା ମଧ୍ୟରେ ଅସଦ ମସ୍କୋ ପଳାଇଯିବା ଖବର ମିଳିଥିଲା ଏବଂ ବିଦ୍ରୋହୀମାନେ ବିଜୟ ଘୋଷଣା କରିଥିଲେ। ସିରିଆରୁ ଦିଲ୍ଲୀ ଫେରିଥିବା ଜଣେ ଭାରତୀୟ ରବି ଭୂଷଣ ଦମାସ୍କସର ପ୍ରତ୍ୟକ୍ଷଦର୍ଶୀଙ୍କ ବିବରଣୀ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ସେଠାରେ ଲୋକମାନେ ରାସ୍ତାରେ ଏକେ-୪୭ (ରାଇଫଲ) ଧରି ବୁଲୁଛନ୍ତି । ବିଚରାସ୍ତାରେ ବୋମାମାଡ଼, ଗୁଳିଚାଳନା ଓ ଲୁଟ ଆଦି ଚାଲିଛି ।
ସେ କହିଛନ୍ତି, ଭାରତ ସରକାର ସିରିଆର ସ୍ଥିତି ଉପରେ ନଜର ରଖିଥିଲେ ଏବଂ ସେଠାରେ ରହୁଥିବା ଭାରତୀୟଙ୍କ ସହ ଯୋଗାଯୋଗରେ ଥିଲେ। ତେବେ ସିରିଆରେ ୧୦୦ରୁ କମ୍ ଭାରତୀୟ ଥିବାରୁ ସେମାନଙ୍କୁ ଖୁବଶୀଘ୍ର ସ୍ଥାନାନ୍ତର କରିବାକୁ ସରକାର ପ୍ରସ୍ତୁତି ଆରମ୍ଭ କରିଥିଲେ ।
ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୨୭ରେ ବିଦ୍ରୋହୀ ଗୋଷ୍ଠୀ ଆଲେପ୍ପୋ ସହର ଉପରେ ଆକ୍ରମଣ କରି ମାତ୍ର ୪ ଦିନ ମଧ୍ୟରେ ସିରିଆର ଦ୍ୱିତୀୟ ବୃହତ୍ତମ ସହରକୁ ଦଖଲ କରିଥିଲେ। ବିଦ୍ରୋହୀମାନେ ଡିସେମ୍ବର ୫ରେ ହାମା ଏବଂ ଡିସେମ୍ବର ୭ରେ ହୋମ୍ସକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ। ଡିସେମ୍ବର ୮ ତାରିଖରେ ବିଦ୍ରୋହୀମାନେ ରାଜଧାନୀ ଦମାସ୍କସ୍ ଉପରେ ଆକ୍ରମଣ କରିବା ବେଳକୁ ବଶାର ଅଲ-ଅସଦ ଦେଶ ଛାଡିବାକୁ ପ୍ରସ୍ତୁତ ହେଉଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)