ପାକିସ୍ତାନରେ ଶୀର୍ଷସ୍ତରୀୟ ଭାରତୀୟ କୂଟନୀତିଜ୍ଞଙ୍କୁ ଭୟଭୀତ କରାଇବାକୁ କାର୍ ପଛରେ ଗୋଡ଼ାଇଲେ ଆଇଏସ୍ଆଇ ସଦସ୍ୟ

ନୂଆଦିଲ୍ଲୀ: ଇସ୍‌ଲାମାବାଦରେ ଭାରତର ଶୀର୍ଷସ୍ତରୀୟ କୂଟନୀତିଜ୍ଞଙ୍କୁ ପାକିସ୍ତାନର ‘ଇଣ୍ଟର୍‌-ସର୍ଭିସେସ୍ ଇଣ୍ଟେଲିଜେନ୍ସ’ର (ଆଇଏସ୍ଆଇ) ସଦସ୍ୟମାନେ ହଇରାଣ କରିବା ସହ ଭୟଭୀତ କରାଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଭାରତୀୟ ଦୂତାବାସର ମୁଖ୍ୟ ଗୌରବ ଆହଲୁୱାଲିଆଙ୍କୁ ହଇରାଣ ଓ ଭୀତତ୍ରସ୍ତ କରିବାକୁ ଆଇଏସ୍ଆଇ ତାଙ୍କ ବାସଭବନ ବାହାରେ କାର୍ ଏବଂ ବାଇକ୍‌ରେ ଏକାଧିକ ସଦସ୍ୟଙ୍କୁ ଜଗାଇଥିଲା। ସେମାନେ ତାଙ୍କ କାର୍ ପଛରେ ଗୋଡ଼ାଇ ତାଙ୍କ ଭୟଭୀତ କରିବାକୁ ଉଦ୍ୟମ କରିଥିଲେ। ଏହି ଘଟଣାର ଏକ ଭିଡିଓ ମଧ୍ୟ ଗଣମାଧ୍ୟମରେ ପ୍ରସାରିତ ହୋଇଛି।

ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିସନ୍‌ରେ କାର୍ଯ୍ୟ କରୁଥିବା ଦୁଇଜଣ କର୍ମଚାରୀ ଗୁପ୍ତଚରଗିରିରେ ଲିପ୍ତଥିବା ଅଭିଯୋଗରେ ବହିଷ୍କୃତ ହେବାର କିଛି ଦିନ ପରେ ପାକିସ୍ତାନ ପକ୍ଷରୁ ଇସ୍‌ଲାମାବାଦରେ ଏ ଭଳି ଘଟଣା ଘଟିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ କେବଳ ମାର୍ଚ ମାସରେ ଭାରତୀୟ ଦୂତାବାସ କର୍ମଚାରୀମାନଙ୍କୁ ୧୩ଟି ପୃଥକ୍ ଘଟଣାରେ ହଇରାଣ କରାଯାଇଥିବା ସଂକ୍ରାନ୍ତରେ ପାକିସ୍ତାନକୁ ଭାରତ ଅବଗତ କରାଇଥିଲା। ଏଭଳି ହଇରାଣ ହରକତ ବନ୍ଦ କରିବା ସହ ଘଟିଯାଇଥିବା ଘଟଣାର ତଦନ୍ତ କରିବାକୁ ଭାରତ ପାକିସ୍ତାନକୁ କହିଥିଲା।

 

ସମ୍ବନ୍ଧିତ ଖବର