ଆମେରିକାରେ ଭାରତୀୟ ବୈଜ୍ଞାନିକଙ୍କୁ ଅସମ୍ମାନ : ହିନ୍ଦୁ ଭଳି ଦେଖାଯାଉ ନ ଥିବାରୁ ଗର୍ବା ନାଚିପାରିଲେ ନାହିଁ ଭାରତୀୟ ବୈଜ୍ଞାନିକ
ନୂଆଦିଲ୍ଲୀ : ଗୁଜୁରାଟର ଜଣେ ବୈଜ୍ଞାନିକ ନିଜ ସହ ଘଟିଥିବା ଏକ ଅଜବ ଘଟଣାର ଖୁଲାସା କରିଛନ୍ତି । ଆମେରିକାରେ ସେ ହିନ୍ଦୁ ପରି ଦେଖା ଯାଉ ନ ଥିବାରୁ ତାଙ୍କୁ ଏବଂ ତାଙ୍କ ସାଙ୍ଗଙ୍କୁ ଗର୍ବା ନାଚିବାକୁ ଦିଆଯାଇ ନଥିବା କହିଛନ୍ତି ବୈଜ୍ଞାନିକ । ଗର୍ବା ନାଚିବାକୁ ପହଞ୍ଚିବା ପରେ କାର୍ଯ୍ୟକ୍ରମର ଆଯୋଜକମାନେ ତାଙ୍କ ସାଙ୍ଗିଆ ଶୁଣି ଏବଂ ମୁହଁ ଦେଖି ସେ ହିନ୍ଦୁ ଭଳି ଲାଗୁ ନଥିବା କହିଥିଲେ । ଯାହା ପରେ ତାଙ୍କୁ ଭିତରକୁ ଯିବାକୁ ଦିଆ ଯାଇ ନଥିଲା । ସେଠାରୁ ଫେରି ନିଜ ସହ ଘଟିଥିବା ଘଟଣା ବିଷୟରେ ଟୁଇଟ୍ କରି ଜଣାଇଥିଲେ ବୈଜ୍ଞାନିକ କରଣ ଜାନୀ(୨୯) ।
Year 2018 & Shakti Mandir in Atlanta, USA denied me and my friends entry from playing garba because:
“You don’t look Hindu and last name in your IDs don’t sound Hindu”
-THREAD- pic.twitter.com/lLVq4KhJtw
— Dr. Karan Jani (@AstroKPJ) October 13, 2018
ଗୁଜରାଟ ବଡ଼ୋଦରାର ବାସିନ୍ଦା କରଣ ଆମେରିକାରେ ଥିବା ଲେଜର ଇଣ୍ଟରଫେରୋମେଟ୍ରିକ୍ ଗ୍ରାଭିସ୍ନାଲ େଓ୍ଵଭ୍ ଅବ୍ଜର୍ବଭେଟୋରିରେ ଅତିରିକ୍ତ ଭୌତିକ ବିଜ୍ଞାନୀ ଭାବେ କାମ କରନ୍ତି । ଏହି ଘଟଣା ଘଟିବା ପରେ ସେ ଭାରତରେ ଥିବା ତାଙ୍କ ବାପାଙ୍କୁ ଫୋନ ଯୋଗେ ସବୁ ଜଣାଇଥିଲେ । ପରେ ତାଙ୍କ ବାପା ସମ୍ବାଦିକମାନଙ୍କୁ ଡ଼କାଇ ଏ ବିଷୟରେ ଜଣାଇଥିଲେ । ପରିଚୟପତ୍ରରେ ରାଷ୍ଟ୍ରୀୟ ପ୍ରତୀକ ଚିହ୍ନ ମଧ୍ୟ କରଣଙ୍କୁ ଭିତରକୁ ଯିବା ପାଇଁ ଦିଆଯାଇ ନଥିବା କହିଥିଲେ କରଣଙ୍କ ବାପା । ଏହି ଘଟଣାକୁ ନେଇ କରଣ ଚିନ୍ତିତ ଥିବା ବେଳେ ସେ ଏବଂ ତାଙ୍କ ସାଙ୍ଗ ଇସ୍ମାଲିଲି, ବୋହରା ଏବଂ ସିନ୍ଧି ହିନ୍ଦୁ ହୋଇ ନ ଥିବା ସନ୍ଦେହ କରି କାର୍ଯ୍ୟକ୍ରମର ଆୟୋଜକ ଭିତରକୁ ଯିବାକୁ ଦେଇ ନଥିଲେ ବୋଲି କରଣଙ୍କ ବାପା ଜଣାଇଛନ୍ତି ।