ଆମେରିକାରେ ଭାରତୀୟ ଡାକ୍ତରଙ୍କୁ ମନ୍ଦିରରେ ମିଳିଲାନି ପ୍ରବେଶ, କୁହାଗଲା ତୁମେ ହିନ୍ଦୁ ନୁହଁ

ନୂଆଦିଲ୍ଲୀ: ଆମେରିକାରେ ପୁଣି ଥରେ ଧାର୍ମିକ ଭେଦଭାବ ଦେଖାଯାଇଛି। ଜଣେ ହିନ୍ଦୁ ଡାକ୍ତରଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଦିଆଯାଇ ନାହିଁ। ଡାକ୍ତରଙ୍କୁ କୁହାଯାଇଛି ଯେ, ସେ ହିନ୍ଦୁ ନୁହଁନ୍ତି। ଡାକ୍ତରଙ୍କ ଉପନାମ ହିନ୍ଦୁ ଭଳି ଲାଗୁ ନଥିଲା ବୋଲି ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ କହିଛନ୍ତି। ଏହି ଘଟଣା ପରେ ପୀଡ଼ିତ ଡାକ୍ତର ନିଜ ଜୀବନରେ ଘଟିଥିବା ଘଟଣାକୁ ନେଇ ଟୁଇଟ କରିଛନ୍ତି।

ଡାକ୍ତର ଟୁଇଟ୍‌ କରିଛନ୍ତି ଯେ, ସେ ନିଜର କିଛି ବନ୍ଧୁଙ୍କ ସହିତ ଆଟଲାଣ୍ଟାସ୍ଥିତ ଏକ ଦେବୀ ମନ୍ଦିରକୁ ଗରବା ନୃତ୍ୟ ଦେଖିବାକୁ ଯାଇଥିଲେ। ସେଠାରେ ତାଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଇ ନଥିଲା। ଡାକ୍ତର କରଣ ଜାନୀ ଲେଖିଛନ୍ତି ଯେ, ସେ ଓ ତାଙ୍କ ବନ୍ଧୁମାନେ ପ୍ରଥମ ଥର ପାଇଁ ଗରବା ନୃତ୍ୟ ଦେଖିବାକୁ ଯାଇଥିଲେ। ସେଠାରେ ଥିବା ଲୋକମାନେ କହିଥିଲେ ଯେ, ଆମେ ଆପଣଙ୍କ ଆୟୋଜନକୁ ଯାଇ ନଥାଉ। ସେଥିପାଇଁ ଆପଣ ଆମର ଆୟୋଜନକୁ ଆସିପାରିବେ ନାହିଁ।

ଡାକ୍ତର କରଣ ଜାନୀ କହିଛନ୍ତି, ଆୟୋଜନସ୍ଥଳକୁ କିଛି ଅଣଭାରତୀୟ ନାଗରିକ ଯାଉଥିଲେ। ଏହି ଦୃଶ୍ୟ ଦେଖି ମୋ ଆଖିରୁ ଲୁହ ବାହାରି ଯାଇଥିଲା। ମୁଁ ୬ ବର୍ଷ ହେବ ଗରବା ନୃତ୍ୟ କରିବାକୁ ଆସୁଛି, ହେଲେ ଏଥର ଅଟକାଇ ଦିଆଯାଇ ଥିଲା।

ସମ୍ବନ୍ଧିତ ଖବର