ନୂଆଦିଲ୍ଲୀ: ଜାଲ୍‌ ପାସ୍‌ପୋର୍ଟ ଦ୍ବାରା ଭାରତରୁ ଦୁବାଇ ଓ ଦୁବାଇରୁ ଆମେରିକା ପଳାୟନ କରିଥିବା କୁଖ୍ୟାତ ଡ୍ରଗ୍ସ ମାଫିଆ ସୁନୀଲ ଯାଦବକୁ ଗତକାଲି କାଲିଫର୍ନିଆରେ ଗୁଳିକରି ହତ୍ୟା କରାଯାଇଛି। ଏହି ହତ୍ୟା ନିମନ୍ତେ ଗୋଲ୍‌ଡି ବ୍ରାର୍‌ ଓ ରୋହିତ ଗୋଦାରା ଗ୍ୟାଙ୍ଗ୍‌ ନିଜକୁ ଦାୟୀ କରିଛନ୍ତି। ପଞ୍ଜାବର ଫାଜିକିଆ ବାସିନ୍ଦା ସୁନୀଲ, ୨୦୨୨ରେ ଭାରତରୁ ପଳାୟନ କରିଥିଲା। ସୁନୀଲ ବିରୋଧରେ ୩ ଶହ କୋଟି ଟଙ୍କାର ଡ୍ରଗ୍ସ ଚାଲାଣ ମାମଲା ରହିଛି। ଚଳିତ ବର୍ଷ ସୁନୀଲର ଜଣେ ସହଯୋଗୀକୁ ରାଜସ୍ଥାନ ପୁଲିସ ଦୁବାଇରୁ ଗିରଫ କରିଥିଲା। ସୁନୀଲ ବିରୋଧରେ କିଛି ମାସ ତଳେ ରେଡ୍‌ କର୍ନର ନୋଟିସ୍‌ ଜାରି ହୋଇଥିଲା।

Advertisment

ଗିଷ୍ଟକ୍‌ଟନ୍‌ ପୁଲିସର ସୂଚନାନୁସାରେ, ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ବେଳକୁ ଗୁଳିମାଡ଼ରେ ସୁନୀଲର ମୃତ୍ୟୁ ଘଟିଥିଲା। ଗୋଦାରା ଓ ବ୍ରାର୍‌ ଗ୍ୟାଙ୍ଗ୍‌ ଫେସ୍‌ବୁକ୍‌ ପୋଷ୍ଟ ଜରିଆରେ ସୁନୀଲର ହତ୍ୟା ପାଇଁ ନିଜକୁ ଦାୟୀ କରିଛନ୍ତି। ପଞ୍ଜାବ, ରାଜସ୍ଥାନ ଓ ହରିୟାଣାରେ ଡ୍ରଗ୍ସ କାରବାର କରି ଯୁବକଙ୍କୁ ନିଶାଗ୍ରସ୍ତ କରୁଥିବା ଓ ୨୦୧୯ରେ ଗ୍ୟାଙ୍ଗ୍‌ଷ୍ଟର ଅଙ୍କିତ ଭାଡ଼ୁକୁ ହତ୍ୟା କରାଯାଇଥିବା ଯୋଗୁଁ ସୁନୀଲକୁ ହତ୍ୟା କରାଗଲା ବୋଲି ଉଭୟ ଗ୍ୟାଙ୍ଗ୍‌ ସେମାନଙ୍କ ପୋଷ୍ଟରେ ଦର୍ଶାଇଛନ୍ତି।