ଅର୍ଥନୀତିଜ୍ଞଙ୍କ ଟାର୍ଗେଟ୍‌ରେ ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୀତିକୁ କିଛି ନିର୍ଦିଷ୍ଟ ବର୍ଗର ଅର୍ଥନୀତିଜ୍ଞ ପସନ୍ଦ କରୁନାହାନ୍ତି। ଗତକାଲି ନୋବେଲ ବିଜେତା ଅର୍ଥନୀତିଜ୍ଞ ଅମର୍ତ୍ୟ ସେନ୍‌ କହିଥିଲେ ଯେ, ମୋଦି ସରକାରଙ୍କ ଅମଳରେ ସ୍ୱାସ୍ଥ୍ୟ ଓ ଶିକ୍ଷା ପ୍ରତି ଆଦୌ ଧ୍ୟାନ ଦିଆଯାଉନାହିଁ। ଏକ୍ଷେତ୍ରରେ ଦେଶ ପଛକୁ ଯାଉଛି ବୋଲି ସେ କହିଥିଲେ। ଆଜି ଅନ୍ୟ ଜଣେ ଅର୍ଥନୀତିଜ୍ଞ ଜିନ୍‌ ଡ୍ରେଜେ ମୋଦି ସରକାରଙ୍କ ସର୍ବବୃହତ ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତକୁ  ଗୁଜବ ବୋଲି କହିବାକୁ ପଛାଇ ନାହାନ୍ତି।   ସେ କହିଛନ୍ତି ଯେ ଏହି ଯୋଜନାକୁ ଯେଉଁଭଳି ଭାବେ ପ୍ରଚାର କରାଯାଉଛି ତାହା ସେତେ ବଡ଼ ନୁହେଁ। ଯୋଜନା ପାଇଁ ବଜେଟ୍‌ରେ ୨୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଯଦି ସବୁ ଟଙ୍କା ଖର୍ଚ କରାଯିବ ତେବେ ବ୍ୟକ୍ତି ପିଛା ମାତ୍ର ୨୦ ଟଙ୍କା ପଡ଼ିବ। ଆୟୁଷ୍ମାନ ଭାରତରେ ୫୦ କୋଟି ଲୋକଙ୍କୁ ସ୍ୱାସ୍ଥ୍ୟ ବୀମା ସୁବିଧା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି।  ଏହି ଯୋଜନାରେ କିଛି ନାହିଁ ବୋଲି ସେ କହିଛନ୍ତି। ବେଲଜିୟମ୍‌ରେ ଜନ୍ମ ଗ୍ରହଣ କରିଥିବା ଏହି ଅର୍ଥନୀତିଜ୍ଞ ୨୦୦୨ ମସିହାରେ ଭାରତର ନାଗରିକତ୍ୱ ଗ୍ରହଣ କରିଥିଲେ। ଏମ୍‌ଜିନରେଗା କାର୍ଯ୍ୟକାରୀ କରାଇବାରେ ସେ ଉପା ସରକାରଙ୍କୁ ସହାୟତା ପ୍ରଦାନ କରିଥିଲେ। ଏବେ ସେ ଦିଲ୍ଲୀ ସ୍କୁଲ୍‌ ଅଫ୍‌ ଇକୋନମିକ୍ସରେ ପ୍ରଫେସର ଭାବେ କାମ କରୁଛନ୍ତି।

‘ଭାରତ ଔର ଉସ୍‌କେ ବିରୋଧାଭାସ’ ନାମକ ପୁସ୍ତକକୁ ସେ ଅମର୍ତ୍ୟ ସେନ୍‌ଙ୍କ ସହ ମିଶି ଲେଖିଛନ୍ତି। ଏହି ପୁସ୍ତକ ଉନ୍ମୋଚନ ଅବସରରେ ଡ୍ରେଜେ ଏନ୍‌ଡିଏ ସରକାରଙ୍କ ନୀତିକୁ ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର