ମାଲେସିଆରୁ ଖାଇବା ତେଲ ଆମଦାନୀ ନ କରିବାକୁୁ ଭାରତୀୟ ଖାଇବା ତେଲ ଶିଳ୍ପସଂଘର ପରାମର୍ଶ

ନୂଆଦିଲ୍ଲୀ : ଭାରତ ବିରୋଧୀ ମନ୍ତବ୍ୟ ପାଇଁ ମାଲେସିଆ ଉପରେ ଭାରତ ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନଥିବାବେଳେ ଭାରତୀୟ ବ୍ୟବସାୟୀମାନେ କିନ୍ତୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଲେଣି । ଆଜି ଭାରତୀୟ ଖାଇବା ତେଲ ଶିଳ୍ପ ସଂଘ ସଲଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆସୋସିଏସନ ପକ୍ଷରୁ ନିଜର ସଦସ୍ୟମାନଙ୍କ ପାଇଁ କେତେକ ପରାମର୍ଶ ଜାରି କରାଯାଇଛି । ମାଲେସିଆରୁ ପାଲ ଅଏଲ ଆମଦାନୀକୁ ଏଡେଇବାକୁ ଏହି ପରାମର୍ଶରେ କୁହାଯାଇଛି । ଏ ନେଇ ସଦସ୍ୟ ସଂସ୍ଥାମାନଙ୍କୁ ସଂଘ ପକ୍ଷରୁ ପତ୍ର ଲେଖାଯାଇଛି ।

ଭାରତ ମାଲେସିଆର ବୃହତମ ଖାଇବା ତେଲ ଗ୍ରାହକ ହୋଇଥିବାରୁ ଭାରତୀୟ କମ୍ପାନିମାନେ ନ କିଣିରେ ମାଲେସିଆ ଗୁରୁତରଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି । କିନ୍ତୁ ଏହାର ଫାଇଦା ପଡୋଶୀ ଇଣ୍ଡୋନେସିଆ ନେବାର ସମ୍ଭାବନା ରହିଛି ।  ୨୦୧୯ ସେପ୍ଟେମ୍ବର ଶେଷସୁଦ୍ଧା ଭାରତ ମାଲେସିଆରୁ ପ୍ରାୟ ୩.୯ ନିୟୁତ ଟନ ଖାଇବା ତେଲ ଆମଦାନୀ କରିଛି । ମାଲେସିଆ ବଦଳରେ ଇଣ୍ଡୋନେସିଆ,ଆର୍ଜେଣ୍ଟିନା ଓ ୟୁକ୍ରେନରୁ ଖାଇବା ତେଲ ଆମଦାନୀ କରିବାକୁ ଭାରତ ବିଚାର କରୁଛି ।

ସମ୍ବନ୍ଧିତ ଖବର