ବିଶ୍ୱର ସବୁଠୁ ବ୍ୟୟବହୁଳ ନିର୍ବାଚନ ହେଲା ଭାରତୀୟ ନିର୍ବାଚନ, ଏଥର ବ୍ୟୟ ହୋଇଛି ୬୦ ହଜାର କୋଟି

ନୂଆଦିଲ୍ଲୀ : ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନ ହେଉଛି ଏପର୍ଯ୍ୟନ୍ତ ହୋଇଥିବା ସବୁଠାରୁ ମହଙ୍ଗା ନିର୍ବାଚନ । ସମଗ୍ର ବିଶ୍ୱରେ ମଧ୍ୟ ଏହା ସବୁଠାରୁ ମହଙ୍ଗା ନିର୍ବାଚନ ବୋଲି ଅଟକଳ କରାଯାଇଛି । ସେଣ୍ଟର ଫର ମିଡିଆ ଷ୍ଟଡିଜ ନାମକ ସଂସ୍ଥା ପକ୍ଷରୁ କରାଯାଇଥିବା ଅଟକଳ ଅନୁସାରେ ଗତ ନିର୍ବାଚନରେ ପ୍ରାୟ ୬୦ ହଜାର କୋଟି ଟଙ୍କା ବ୍ୟୟ ହୋଇଛି । ଏହି ବ୍ୟୟ ସରକାରୀ ବ୍ୟୟ ଓ ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ କରାଯାଇଥିବା ବ୍ୟୟ ଅନ୍ୟତମ ।

ଗତ ୨୦୧୪ ସାଧାରଣ ନିର୍ବାଚନରେ ଏହାର ଅଧା ଅର୍ଥାତ ପ୍ରାୟ ୩୦ ହଜାର କୋଟି ବ୍ୟୟ ହୋଇଥିଲା । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେପି ଏହି ବ୍ୟୟର ପ୍ରାୟ ୪୫ ପ୍ରତିଶତ ଖର୍ଚ୍ଚ କରିଛି । ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଗତ ନିର୍ବାଚନରେ ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀ ପିଛା ପ୍ରାୟ ୧୦୦ କୋଟି ବ୍ୟୟ ହୋଇଛି । ଅର୍ଥାତ ପ୍ରତି ଭୋଟ ପାଇଁ ପ୍ରାୟ ୭୦୦ ଟଙ୍କା ବ୍ୟୟ ହୋଇଛି ।

ସମ୍ବନ୍ଧିତ ଖବର