ନୂଆଦିଲ୍ଲୀ: ସୋମବାର ଆତଙ୍କବାଦୀ ଆକ୍ରମଣ ପରେ ଭିଏନାରେ ଥିବା ଭାରତୀୟ ସମ୍ପ୍ରଦାୟଙ୍କ ଲାଗି ଅଷ୍ଟ୍ରିଆସ୍ଥିତ ଭାରତୀୟ ଦୂତାବାସ ସତର୍କସୂଚନା ଜାରି କରିଛି। ଏହି ଆକ୍ରମଣରେ ସମ୍ପୃକ୍ତ ଜଣକୁ ହତ୍ୟା କରାଯାଇଥିବା ବେଳେ ଅନ୍ୟ ବନ୍ଧୁକଧାରୀ ଆକ୍ରମଣକାରୀମାନେ ଫେରାର ହୋଇଯାଇଛନ୍ତି।
ସୋମବାର ସନ୍ଧ୍ୟାରେ କେନ୍ଦ୍ରୀୟ ଭିଏନାରେ ଏକାଧିକ ବନ୍ଧୁକଧାରୀ ଗୁଳି ବର୍ଷଣ କରିବାରୁ ପାଞ୍ଚଜଣ ବ୍ୟକ୍ତି ନିହତ ହୋଇଛନ୍ତି ଏବଂ ଅନ୍ୟ ୧୫ଜଣ ଆହତ ହୋଇଛନ୍ତି। ଏହି ଆକ୍ରମଣକାରୀମାନଙ୍କର ଇସ୍ଲାମିକ୍ ଷ୍ଟେଟ୍ ସହ ସମ୍ପୃକ୍ତି ଅଛି ବୋଲି ସନ୍ଦେହ କରାଯାଉଛି।
Image Courtesy of The Indian Expressଟୁଇଟ୍ କରି ଭାରତୀୟ ଦୂତାବାସ ଲେଖିଛି ଯେ, ଭିଏନାରେ ଥିବା ଭାରତୀୟ ସମ୍ପ୍ରଦାୟଙ୍କ ସୁରକ୍ଷା ନିମନ୍ତେ ଆମେ ସରକାରୀ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ରଖିଛୁ। ଫେରାର ଆତଙ୍କବାଦୀମାନେ ବୁଲୁଥିବା ସନ୍ଦେହ ହେଉଥିବାରୁ ସମସ୍ତେ ସତର୍କ ରୁହନ୍ତୁ।
ଭିଏନା ଆକ୍ରମଣ ପରେ ସତର୍କତାମୂଳକ ପଦକ୍ଷେପସ୍ବରୂପ ନୂଆଦିଲ୍ଲୀସ୍ଥିତ ଅଷ୍ଟ୍ରିଆ ଦୂତାବାସକୁ ମଧ୍ୟ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି।
ଅଷ୍ଟ୍ରିଆର ରାଜଧାନୀ ଭିଏନାର ଛଅଟି ସ୍ଥାନରେ ଏକାଧିକ ଆତଙ୍କବାଦୀ ଗୁଳି ଚଳାଇଥିଲେ। ସେଥିରୁ ଗୋଟିଏ ସ୍ଥାନ ହେଉଛି ଈହୁଦୀ ଉପାସନାସ୍ଥଳ ନିକଟରେ ଥିବା ଜନବସତି ଅଞ୍ଚଳ। ଜଣେ ୨୦ ବର୍ଷିୟ ଆକ୍ରମଣକାରୀକୁ ପୁଲିସ ଗୁଳି ମାରି ହତ୍ୟା କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/vienna_terror_attack.jpg)