ଦୋହାରେ ଭାରତ-ତାଲିବାନ ଆଲୋଚନା; ଭାରତୀୟଙ୍କ ନିରାପତ୍ତା, ଆତଙ୍କବାଦ ମୁଖ୍ୟ ପ୍ରସଙ୍ଗ

ଦୋହା : ଆଜି କାତାର ରାଜଧାନୀ ଦୋହାଠାରେ ଭାରତର ରାଷ୍ଟ୍ରଦୂତ ଦିପକ ମିତ୍ତଲ ଓ ତାଲିବାନ ନେତା ଶେର ମହମ୍ମଦ ଷ୍ଟାନିକଜାଇଙ୍କ ମଧ୍ୟରେ ଏକ ବୈଠକ ହୋଇଛି । ଆଫଗାନିସ୍ତାନରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ଓ ନିରାପଦ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗରେ ଦୁଇ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

ଅନ୍ୟପକ୍ଷରେ ଭାରତ ବିରୋଧରେ ଆଫଗାନିସ୍ତାନ ମାଟିର ବ୍ୟବହାର ଓ ଆତଙ୍କବାଦ ସମ୍ପର୍କରେ ଭାରତର ଚିନ୍ତାକୁ ରାଷ୍ଟ୍ରଦୂତ ମିତ୍ତଲ ତାଲିବାନ ନେତାଙ୍କୁ ଜଣାଇ ଦେଇଛନ୍ତି ।

ତାଲିବାନ ଆଫଗାନିସ୍ତାନକୁ ଅଧିକାର କରିବାର ଇତି ମଧ୍ୟରେ ଦୁଇ ସପ୍ତାହ ଅତିକ୍ରମ କରିଯାଇଥିବାବେଳେ ଭାରତ ସରକାର ଏ ସମ୍ପର୍କରେ ସରକାରୀଭାବେ କୌଣସି ମନ୍ତବ୍ୟ ଦେଇ ନାହାନ୍ତି କି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାନ୍ତି । ଗୋଟିଏ ପଟେ ଭାରତର ଶତ୍ରୁଦେଶ ପାକିସ୍ତାନ ଓ ଚୀନ ତାଲିବାନର ବିଜୟକୁ ନେଇ ଖୁସି ଥିବାବେଳେ ଭାରତ ସହ ତାଲିବାନ କିପରି ସଂପର୍କ ରଖିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ପରିପ୍ରେକ୍ଷୀରେ ତାଲିବାନ ଓ ଭାରତ ସରକାରଙ୍କ ଏହି ବୈଠକ ବେଶ ଗୁରୁତ୍ବ ବହନ କରୁଛି ।

ସମ୍ବନ୍ଧିତ ଖବର