କାବୁଲ୍‌ରୁ ଭାରତୀୟଙ୍କୁ ସ୍ଥାନାନ୍ତରଣ ଅଭିଯାନ ଶେଷ ହେବା ଉପରେ, ଆଜି ଆସିବ ଆଉ ଦୁଇଟି ବିମାନ

ନୂଆଦିଲ୍ଲୀ: ଆଜି ଆଉ ଦୁଇଟି ଜନସ୍ଥାନାନ୍ତରଣକାରୀ ବିମାନ ଆଫଗାନିସ୍ତାନରୁ ଆସି ଅବତରଣ କରିବା ପରେ ମୋଦୀ ସରକାରଙ୍କ କାବୁଲ୍‌ ଅଭିଯାନ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ଅଗଷ୍ଟ ୧୫ ତାରିଖ ଦିନ ତାଲିବାନ କାବୁଲ ଅଧିକାର କରିବା ପରେ ଯାହା ଅସମ୍ଭବ ମନେହେଉଥିଲା, ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏବଂ ଜାତୀୟ ନିରାପତ୍ତା ବ୍ୟବସ୍ଥାଦ୍ବାରା ତାହା ସମ୍ଭବପର ହୋଇପାରିଛି।

ଆଜି କାବୁଲ୍‌ରୁ ଆଉ ଦୁଇଟି ଜନସ୍ଥାନାନ୍ତରଣକାରୀ ବିମାନ ଆସିଲେ ଆଫଗାନିସ୍ତାନରୁ ସ୍ଥାନାନ୍ତରଣ ହୋଇଥିବା ଭାରତୀୟଙ୍କ ସଂଖ୍ୟା ୭୦୦ ଅତିକ୍ରମ କରିଯିବ। ଅଗଷ୍ଟ ୧୬ ତାରିଖରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଭାରତୀୟ ବାୟୁସେନା ଏବଂ ଏୟାର୍‌ ଇଣ୍ଡିଆର ସମୁଦାୟ ୬ଟି ବିମାନ ସାମିଲ ହୋଇଛନ୍ତି।

Image Courtesy of Zee News

ଦିଲ୍ଲୀ ଏବଂ କାବୁଲସ୍ଥିତ କୂଟନୀତିଜ୍ଞଙ୍କ କହିବା ଅନୁସାରେ, କାବୁଲ୍‌ରୁ ଭାରତୀୟମାନଙ୍କୁ ସ୍ଥାନାନ୍ତରଣ କରିବାରେ ବହୁମୁଖୀ କୂଟନୈତିକ ଏବଂ ନିରାପତ୍ତା ଅଭିଯାନ ବିଜଡ଼ିତ। ଏଥିପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଏବଂ ଜାତୀୟ ନିରାପତ୍ତା ଯୋଜନାକାରୀଙ୍କ ନେତୃତ୍ବରେ ଆଲୋଚନାକାରୀ ଭାରତୀୟ ପ୍ରତିନିଧିମାନେ ୱାସିଂଟନ୍, ଦୋହା, ଦୁସାମ୍ବେ, ତାସ୍‌କେଣ୍ଟ୍‌, ଅଙ୍କରା ଏବଂ କାବୁଲ୍‌ର ପଦସ୍ଥ ସରକାରୀ ଅଧିକାରୀମାନଙ୍କ ସହ ଏକ ସମୟରେ ଆଲୋଚନା କରିଥିଲେ।

Image Courtesy of Mint

ନିରାପତ୍ତା ଦୃଷ୍ଟିରୁ ଭାରତୀୟ ବାୟୁସେନା ବିମାନ ଏବଂ ବେସାମରିକ ବିମାନଗୁଡ଼ିକୁ କାବୁଲ୍‌ରେ ରଖାଇ ଦିଆଯାଇ ନ ଥିଲା। ତେଣୁ, ସେସବୁ ଦୁସାମ୍ବେ ଏବଂ ତାସ୍‌କେଣ୍ଟ୍‌ରେ ଅବତରଣ କରି ଅପେକ୍ଷା କରିଥିଲେ। ଏହା ବ୍ୟତିରେକେ, ଭାରତୀୟ ବାୟୁସେନାର ବିମାନ ସବୁକୁ ପାକିସ୍ତାନ ଆକାଶପଥରେ ଯିବାକୁ ଅନୁମତି ନ ମିଳିବାରୁ ତେହେରାନ୍‌ ଠାରୁ ସ୍ବତନ୍ତ୍ର ଅନୁମତି ଆଣି ଇରାନ୍‌ ଆକାଶମାର୍ଗରେ ଅଣାଯାଇଥିଲା। ଏହାଦ୍ବାରା ଯାତ୍ରା ସମୟ ଅବଧି ଅଧିକ ହେବା ସହ ବିମାନଗୁଡ଼ିକୁ ପ୍ରଥମେ ଜାମନଗରରେ ଅବତରଣ କରାଇ ପୁନର୍ବାର ଦିଲ୍ଲୀରେ ଅବତରଣ କରାଯାଇଥିଲା।

ସୂଚନାଯୋଗ୍ୟ, ଆଜି ସକାଳେ ୪ଟି ପୃଥକ୍‌ ବିମାନରେ କତାରର ରାଜଧାନୀ ଦୋହାରୁ ଭାରତ ୧୪୬ଜଣ ନାଗରିକଙ୍କୁ ଫେରାଇ ଆଣିଛି। ନିରାପତ୍ତା ପରିସ୍ଥିତିରେ ଅବନତି କାରଣରୁ ସେମାନଙ୍କୁ ‘ନାଟୋ’ ଏବଂ ଆମେରିକୀୟ ବିମାନରେ ଆଫଗାନିସ୍ତାନରୁ ସ୍ଥାନାନ୍ତରଣ କରାଯାଇଥିଲା।

ସମ୍ବନ୍ଧିତ ଖବର