ନୂଆଦିଲ୍ଲୀ : ଦୁଇ ଇଟାଲୀୟ ନୌସୈନିକ ଦୁଇ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗୁଳି କରି ହତ୍ୟା କରିବା ମାମଲାରେ ଇଟାଲୀ ପ୍ରଥମେ ମୃତ ମତ୍ସ୍ୟଜୀବୀ ପରିବାରକୁ କ୍ଷତିପୂରଣ ଦେବାକୁ ସୁପ୍ରିମ୍ କୋର୍ଟ କହିଛନ୍ତି। ଇଟାଲୀ ସରକାର ପ୍ରଥମେ ମୃତ ମତ୍ସ୍ୟଜୀବୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରୁ ଏବଂ ପରେ ପରେ ସମ୍ପୃକ୍ତ ୨ ଇଟାଲୀୟ ନୌସୈନିକଙ୍କୁ ମୁକ୍ତ କରାଯାଉ ବୋଲି ସୁପ୍ରିମ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୨୦୧୨ ମସିହା ଫେବ୍ରୁଆରି ୧୫ରେ କେରଳ ଉପକୂଳରେ ୨ ଜଣ ଇଟାଲୀୟ ନୌସୈନିକ ୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ଭାରତୀୟ ତଟରକ୍ଷୀ ବାହିନୀ ଏହି ଇଟାଲୀୟ ନୌସୈନିକଙ୍କୁ ପିଛା କରି ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ। ଏହି ୨ ଜଣ ଇଟାଲୀୟ ନୌସୈନିକ ବର୍ତ୍ତମାନ ଜେଲରେ ଅଛନ୍ତି। ଏହାକୁ ନେଇ ଜାତିସଂଘ ଟ୍ରିବ୍ୟୁନାଲ୍ରେ ମାମଲା ଚାଲିଛି। ୨ ଜଣ ଇଟାଲୀୟ ନୌସୈନିକଙ୍କୁ ଛାଡ଼ି ଦେବାକୁ ଭାରତ ଉପରେ ଚାପ ପଡୁଥିଲା। ୨ ଇଟାଲୀୟ ସୈନିକଙ୍କୁ ଛାଡ଼ିଦେବାକୁ ଭାରତ ସରକାର ମଧ୍ୟ ସୁପ୍ରିମ୍ କୋର୍ଟଙ୍କୁ ଅନୁରୋଧ କରିଥଲେ। ମାତ୍ର ଉକ୍ତ ମତ୍ସ୍ୟଜୀବୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ପରେ ଇଟାଲୀୟ ନୌସୈନିକଙ୍କୁ ଛାଡ଼ିବାରେ କୌଣସି ଆପତ୍ତି ନାହିଁ ବୋଲି ସୁପ୍ରିମ୍ କୋର୍ଟ ପ୍ରଧାନ ବିଚାରପତି ଏସ୍.ଏ. ବୋବ୍ଡେ କହିଛନ୍ତି।
ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗୁଳି କରି ହତ୍ୟା ମାମଲା : ଇଟାଲୀ ମୃତ ପରିବାରକୁ କ୍ଷତିପୂରଣ ଦେଉ: ସୁପ୍ରିମ କୋର୍ଟ
/sambad/media/post_attachments/wp-content/uploads/2020/08/Untitled-7-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)