ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଲାଗି ଭାରତୀୟ ସେନା ପ୍ରତିବଦ୍ଧ: ରାଜନାଥ ସିଂହ

ନୂଆଦିଲ୍ଲୀ: ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ସୈନ୍ୟ ଅପସାରଣ ସଂକ୍ରାନ୍ତ ରିପୋର୍ଟ ଆସୁଥିବା ବେଳେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲଦାଖର ସାମ୍ପ୍ରତିକ ପରିସ୍ଥିତି ଉପରେ ରାଜ୍ୟସଭାରେ ଏକ ବିବୃତି ଦେଇଛନ୍ତି। ଭାରତୀୟ ସୈନିକମାନଙ୍କୁ ପ୍ରଶଂସା କରି ପ୍ରତିରକ୍ଷା ମନ୍ତ୍ରୀ ପୁନର୍ବାର କହିଛନ୍ତି ଯେ, ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ଭାରତୀୟ ସଶସ୍ତ୍ର ସେନା ପ୍ରତିବଦ୍ଧ ଏବଂ ଭାରତ-ଚୀନ୍‌ ସୀମା ବିବାଦର ଆପୋସ ବୁଝାମଣା ଲାଗି ଆଗ୍ରହୀ।

ସେ କହିଛନ୍ତି, ନିୟନ୍ତ୍ରଣ ରେଖାରେ ଆମେ ଶାନ୍ତିପୂର୍ଣ୍ଣ ପରିସ୍ଥିତି ବଜାୟ ରଖିବାକୁ ପ୍ରତିବଦ୍ଧ। ଦ୍ୱିପାକ୍ଷିକ ସୁସମ୍ପର୍କ ଉପରେ ଭାରତ ସର୍ବଦା ଗୁରୁତ୍ୱାରୋପ କରି ଆସିଛି।

Image Courtesy of The Hindu

ଦେଶର ସାର୍ବଭୌମତ୍ୱର ସୁରକ୍ଷା ନିମନ୍ତେ ଯେ କୌଣସି ଆହ୍ଵାନର ମୁକାବିଲା ଲାଗି ପ୍ରସ୍ତୁତ ବୋଲି ଭାରତୀୟ ସେନା ପ୍ରତିପାଦିତ କରିଥିବା କଥା ମଧ୍ୟ ସେ ଆଜି ରାଜ୍ୟସଭାରେ କହିଛନ୍ତି।

ଏହାଛଡ଼ା, ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଅନେକ ‘ଫ୍ରାକ୍ସନ୍‌ ଏରିଆ’ ନିର୍ମାଣ କରାଯାଇଥିବା କଥା ମଧ୍ୟ ସେ ସାସଂଦମାନଙ୍କୁ ସୂଚନା ଦେଇଛନ୍ତି।

ବାସ୍ତବ ନିୟନ୍ତ୍ରଣ ରେଖା ନିକଟ ସେମାନଙ୍କ ଅଞ୍ଚଳରେ ଚୀନ୍‌ ବିପୁଳ ସୈନ୍ୟ ଠୁଳ କରିବା ସହ ଅସ୍ତ୍ରଶସ୍ତ୍ର ମଧ୍ୟ ମହଜୁଦ ରଖିଛି। ତାଙ୍କ ବ୍ୟବସ୍ଥାକୁ ଚାହିଁ ଆମେ ମଧ୍ୟ ଯଥେଷ୍ଟ ପ୍ରସ୍ତୁତି କରିଛୁ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଲେ ଯେ, ଚୀନ୍‌ ସହ ଜାରି ରହିଥିବା ଆମର ଆଲୋଚନା ଯୋଗୁଁ ପାଙ୍ଗୋଙ୍ଗ୍‌ର ଉତ୍ତର ଓ ଦକ୍ଷିଣ ତଟରୁ ସୈନ୍ୟ ଅପସାରଣ ନିମନ୍ତେ ରାଜିନାମା ସମ୍ଭବ ହୋଇଛି।

ସମ୍ବନ୍ଧିତ ଖବର