ନୂଆଦିଲ୍ଲୀ: ସାଇବର ଠକ ସବୁ ଦେଶରେ ଅଛନ୍ତି। ଭାରତରେ ବି ସେମାନଙ୍କ ସଂଖ୍ୟା କିଛି କମ୍ ନୁହେଁ। ଆମେରିକା ଗୁଇନ୍ଦା ସଂସ୍ଥା ଫେଡ଼େରାଲ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ (ଏଫ୍ବିଆଇ)ର ଏକ ରିପୋର୍ଟ ଅନୁସାରେ ୨୦୨୨ରେ ଆମେରିକୀୟମାନେ ଭାରତୀୟ ଠକମାନଙ୍କ ଯୋଗୁ ୮୨,୦୦୦ କୋଟି ଟଙ୍କା (୧୦୦୦ କୋଟି ଡଲାର)ରୁ ଊର୍ଦ୍ଧ୍ବ କ୍ଷତି ସହିଛନ୍ତି।
ଠକାମିର ଶିକାର ହୋଇଥିବା ଏହି ଆମେରିକୀୟମାନେ ହେଉଛନ୍ତି ମୁଖ୍ୟତଃ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସର ନାଗରିକ। ଠକମାନେ ଭାରତରେ ବେଆଇନ କଲ୍ ସେଣ୍ଟର ଖୋଲି ଆମେରିକୀୟ ବୟସ୍କ ଲୋକଙ୍କୁ ଟାର୍ଗେଟ କରିଥାନ୍ତି। ସେମାନଙ୍କୁ ଜୀବନସାଥୀ, ଟେକ୍ନିକାଲ ସହାୟତା ଆଦି ଯୋଗାଇଦେବା ବାହାନାରେ ଠକିଥାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/40-19.jpg)