ହାଇଡ୍ରୋସ୍କିକ୍ଲୋରୋକୁଇନ୍ ଯୋଗାଣ ପାଇଁ ପ୍ରଥମ ୧୩ଟି ଦେଶର ତାଲିକା ପ୍ରସ୍ତୁତ କଲା ଭାରତ

ନୂଆଦିଲ୍ଲୀ: ହାଇଡ୍ରୋସ୍କିକ୍ଲୋରୋକୁଇନ୍ ଯୋଗାଣ ନିମନ୍ତେ ଭାରତ ପ୍ରଥମ ୧୩ଟି ଦେଶର ତାଲିକା ପ୍ରସ୍ତୁତ କରିଛି। ଏଥିରେ ପଡ଼ୋଶୀ ଦେଶମାନଙ୍କୁ ଅଧିକ ଗୁରୁତ୍ବ ଦିଆଯାଇଛି। ସମୁଦାୟ ୨୫ଟି ଦେଶକୁ ଭାରତ ହାଇଡ୍ରୋସ୍କିକ୍ଲୋରୋକୁଇନ୍ ଓ ପାରାସିଟାମଲ୍‌ ଯୋଗାଇବ। କରୋନାଭାଇରସ୍ ସଙ୍କଟ ସମୟରେ ଭାରତ ୧୪ ନିୟୁତ ହାଇଡ୍ରୋସ୍କିକ୍ଲୋରୋକୁଇନ୍ ବଟିକା ଯୋଗାଇବା ପାଇଁ ମଞ୍ଜୁରୀ କରିଛି।

ପ୍ରଥମ ତାଲିକାରେ ଥିବା ୧୩ଟି ଦେଶ ମଧ୍ୟରେ ଅଛନ୍ତି- ଯୁକ୍ତରାଷ୍ଟ୍ର ଆମେରିକା, ସ୍ପେନ୍, ଜର୍ମାନି, ଡୋମିନିସିଆନ୍ ସାଧାରଣତନ୍ତ୍ର, ବ୍ରାଜିଲ୍, ବାହାରିନ୍, ନେପାଳ, ଭୁଟାନ, ଆଫଗାନିସ୍ତାନ, ମାଳଦ୍ବୀପ ଏବଂ ବାଂଲାଦେଶ।

Image Source: India Today

ଭାରତ ସରକାରଙ୍କ ପ୍ରାତ୍ୟେହିକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରଳାୟର ନୋଡାଲ୍ ପର୍ସନ୍‌ ଦାମ୍ମୁ ରବି କହିଲେ ଯେ ବିଶ୍ବରେ ହାଇଡ୍ରୋସ୍କିକ୍ଲୋରୋକୁଇନର ଖୁବ୍ ଚାହିଦା ଦେଖା ଦେଇଛି। ହାଇଡ୍ରୋସ୍କିକ୍ଲୋରୋକୁଇନ୍ ଅନେକେ ଅନୁରୋଧ ଆସିଛି, ଅନେକ ଦେଶ ମଧ୍ୟ ଅନୁରୋଧ କରିଛନ୍ତି। ଆମ ଦେଶର ଆବଶ୍ୟକତା ଅନୁସାରେ ଗଚ୍ଛିତ କରାଯାଇ ବହକା ଔଷଧ ସବୁକୁ ରପ୍ତାନି ପାଇଁ ଛଡ଼ାଯାଇଛି। ମନ୍ତ୍ରୀମାନଙ୍କର ଏକ ଟିମ୍ ଏଭଳି ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ନିମନ୍ତେ ପ୍ରଥମ ତାଲିକା ପ୍ରସ୍ତୁତ ସରିଛି। ଦ୍ବିତୀୟ ଓ ତୃତୀୟ ତାଲିକା ପ୍ରସ୍ତୁତି ହେଉଛି।

ସମ୍ବନ୍ଧିତ ଖବର