ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ବିରୋଧରେ ସଂଗ୍ରାମ ପାଇଁ ପଡ଼ୋଶୀ ଦେଶମାନଙ୍କୁ ସାହାଯ୍ୟ କରିବାରେ ଭାରତର ଉଦ୍ୟମ ଏବଂ ତା’ର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ପ୍ରତି ସମ୍ମାନବୋଧ ବୃଦ୍ଧି ପାଇଛି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ଭିଡିଓ କନ୍ଫରେନ୍ସିଙ୍ଗ୍ରେ ଆୟୋଜିତ ଡକ୍ଟର୍ ଏମ୍ଜିଆର୍ ମେଡିକାଲ୍ ୟୁନିଭର୍ସିଟିର ୩୩ତମ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଭାରତର ପରିବେଶୀୟ ସ୍ୱାସ୍ଥ୍ୟ ବସ୍ଥାକୁ ନୂଆ ଦୃଷ୍ଟି, ନୂଆ ସମ୍ମାନ ଏବଂ ନୂଆ ବିଶ୍ୱସନୀୟତାରେ ଦେଖାଯାଉଛି।
Image Courtesy of News on AIRଭାରତ କେବଳ ନୂତନ ମାର୍ଗ ସୃଷ୍ଟି କରିନାହିଁ, ଅନ୍ୟମାନଙ୍କୁ ସାହାଯ୍ୟ ମଧ୍ୟ କରିଛି। ଭାରତ ଆଜି ସର୍ବନିମ୍ନ ମୃତ୍ୟୁହାର ଏବଂ ସର୍ବାଧିକ ଆରୋଗ୍ୟହାର ଥିବା ଦେଶରେ ପରିଗଣିତ। କିନ୍ତୁ, ଏହାର ଅର୍ଥ ଭିନ୍ନ ମଧ୍ୟ ହୋଇପାରେ। ତାହା ହେଉଛି, ବିଶ୍ୱ ଆପଣମାନଙ୍କ ଠାରୁ ଅଧିକ କିଛି ଚାହୁଁଛି। ତା’ର ଦାୟିତ୍ୱ ଆପଣମାନଙ୍କ ତରୁଣ ଓ ବଳିଷ୍ଠ କାନ୍ଧ ଉପରେ ନ୍ୟସ୍ତ।
ସଫଳତାର ସହ ସ୍ନାତକ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଏହି କାର୍ଯ୍ୟକ୍ରମରେ ଅଭିନନ୍ଦନ ଜଣାଇଥିଲେ। ଗୁରୁତ୍ୱାରୋପ କରି ସେ କହିଲେ ଯେ, ଆଜି ଡିଗ୍ରି ଗ୍ରହଣ କରୁଥିବା ସମସ୍ତ ଶିକ୍ଷାର୍ଥୀଙ୍କ ମଧ୍ୟରୁ ୭୦% ହେଉଛନ୍ତି ଝିଅ। ସେମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଖୁବ୍ ପ୍ରଶଂସା କରିଛନ୍ତି। ସର୍ବଦା ସବୁ କ୍ଷେତ୍ରରେ ନାରୀମାନେ ଅଗ୍ରଣୀ ହେବାରେ ବିଶେଷ ମହତ୍ତ୍ୱ ଥାଏ ବୋଲି ସେ କହିଛନ୍ତି।
ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ଜି ରାମଚନ୍ଦ୍ରନ୍ଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଲେ, ଗରିବମାନଙ୍କ ପ୍ରତି ଏମ୍ଜିଆର୍ ଶାସନର ଅନୁକମ୍ପା ରହିବା ସହ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ମହିଳା ସଶକ୍ତିକରଣ ପ୍ରତି ମଧ୍ୟ ଗୁରୁତ୍ୱ ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/pmm-5.jpg)