ଭାରତର ସ୍ୱାଧୀନତା ଦିବସରେ ପାକିସ୍ତାନରେ ବାହାରିଲା ୭୩ କିଲୋମିଟର ଦୀର୍ଘ ସାଇକେଲ ର‍୍ୟାଲି

ଇସ୍ଲାମାବାଦ : କଶ୍ମୀରରୁ ଧାରା ୩୭୦ ଉଠିବା ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଅଧିକ ତୀକ୍ତ ହୋଇଥିବାବେଳେ ପାକିସ୍ତାନ ଭାରତ ସହିତ ନିଜ କୂଟନୈତିକ ସମ୍ପର୍କକୁ ହ୍ରାସ କରିଛି । ଆଜି ଭାରତର ସ୍ୱାଧୀନତା ଦିବସକୁ ପାକିସ୍ତାନ ପକ୍ଷରୁ କଳା ଦିବସ ଭାବେ ପାଳନ କରାଯାଉଛି । ଏହା ସତ୍ତ୍ୱେ ପାକିସ୍ତାନରେ ଥିବା ଭାରତୀୟ ହାଇକମିଶନରେ ଉତ୍ସାହର ସହ ସ୍ୱାଧୀନତା ଦିବସ ପାଳନ କରାଯାଇଛି ।

ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଅଜୟ ବିସାରିଆ ଭାରତ ଫେରିଆସିଥିବାରୁ ଉପ-ଉଚ୍ଚାୟୁକ୍ତ ଗୌରବ ଆଲୁଓ୍ଵାଲିଆ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ତେବେ ସବୁଠାରୁ ଆକର୍ଷଣୀୟ ବିଷୟ ଥିଲା ୭୩ କିଲୋମିଟର ଦୀର୍ଘ ସାଇକେଲ ର‍୍ୟାଲି । ଭରାତର ୭୩ ତମ ସ୍ୱାଧୀନତା ଦିବସକୁ ସ୍ମରଣୀୟ କରିବାକୁ ଏହି ୭୩ କିଲୋମିଟର ଦୀର୍ଘ ସାଇକେଲ ର‍୍ୟାଲିର ଆୟୋଜନ କରାଯାଇଥିଲା । ଏହି ଅବସରରେ ଭାରତୀୟ ହାଇକମିଶନରେ କାମ କରୁଥିବା କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ ଅଂଶଗ୍ରହଣ କରିଥିଲେ ।

ସମ୍ବନ୍ଧିତ ଖବର