ଦେଶରେ ଆଡଲ୍ଟ ସାଇଟ୍ଗୁଡ଼ିକୁ ବ୍ୟାନ୍ କରାଯିବା ପରେ ମଧ୍ୟ ପର୍ଣ୍ଣ ଦେଖିବାରେ ଟପ୍-୩ରେ ରହିଛି ଭାରତ, ରିପୋର୍ଟ ଦେଲା ପର୍ଣ୍ଣହବ୍
ନୂଆଦିଲ୍ଲୀ : ଦେଶରେ ଚଳିତବର୍ଷ ପାଖାପାଖି ୮୨୭ଟି ପର୍ଣ୍ଣ େଓ୍ଵବ୍ସାଇଟ୍କୁ ବ୍ୟାନ୍ କରାଯାଇଥିଲା । ତଥାପି ମଧ୍ୟ ପର୍ଣ୍ଣ ଫିଲ୍ମ ଦେଖିବାରେ ଭାରତ ତୃତୀୟ ସ୍ଥାନରେ ରହିଥିବା ଜଣାପଡ଼ିଛି । ଆଡ଼ଲ୍ଟ େଓ୍ଵବ୍ସାଇଟ୍ ପର୍ଣ୍ଣହବ୍ ତରଫରୁ ବାହାରିଥିବା ୨୦୧୮ର ରିଭ୍ୟୁ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ତାଙ୍କ େଓ୍ଵବ୍ସାଇଟ୍କୁ ସବୁଠାରୁ ଅଧିକ ଆମେରିକାର ଲୋକ ଆସିଥାନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଦ୍ୱିତୀୟ ସ୍ଥାନରେ ବ୍ରିଟେନ୍ ରହିଥିବା ବେଳେ ତୃତୀୟ ସ୍ଥାନରେ ଭାରତ ରହିଥିବା ରିପୋର୍ଟରୁ ସ୍ପଷ୍ଟ ଜଣାପଡ଼ିଛି । ଅନ୍ୟପକ୍ଷରେ ଚତୁର୍ଥ ସ୍ଥାନରେ ଜାପାନ, ପଞ୍ଚମ ସ୍ଥାନରେ କାନାଡା, ଷଷ୍ଠ ସ୍ଥାନରେ ଫ୍ରାନ୍ସ ଏବଂ ସପ୍ତମ ସ୍ଥାନରେ ଜର୍ମାନୀ ରହିଥିବା ସୂଚନା ରହିଛି। ସବୁଠାରୁ ଆଶ୍ଚର୍ଯ୍ୟ କରିବା ଭଳି କଥା ହେଲା ପର୍ଣ୍ଣ ଭିଡ଼ିଓ ଦେଖୁଥିବା ୧୦ ଭାରତୀୟଙ୍କ ମଧ୍ୟରେ ୩ଜଣ ମହିଳା ଥିବା ଜାଣିବାକୁ ମିଳିଛି। ଫିଲିପାଇନ୍ସରେ ୩୮ପ୍ରତିଶତ ମହିଳା ପର୍ଣ୍ଣ ଭିଡିଓ ଦେଖିବାକୁ ପସନ୍ଦ କରିଥାନ୍ତି । ଭାରତରେ ଇଣ୍ଟରନେଟ୍ ସେବା ଶସ୍ତା ହୋଇଥିବାରୁ ସେଠାରେ ପର୍ଣ୍ଣ ଭିଡ଼ିଓ ଦେଖିବାର ସଂଖ୍ୟା ବଢ଼ିବା କିଛି ନୂଆ କଥା ନୁହେଁ ବୋଲି ପର୍ଣ୍ଣହବ୍ ତରଫରୁ ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି ।