ଭାରତ-ଚୀନ ସୀମାରେ ଖୁସିରେ ନାଚିଲେ ଭାରତୀୟ ଯବାନ

ନୂଆଦିଲ୍ଲୀ: ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ଗତ ଏକ ବର୍ଷ ଧରି ଖବରର ଶିରୋନାମାରେ ରହିଛି | କେତେବେଳେ ସୀମା ବିବାଦ ଯୋଗୁଁ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ପରିସ୍ଥିତି ସୃଷ୍ଟି ହୋଇଛି ତ କେତେବେଳେ ପୁଣି ସୈନ୍ୟ ଅପସାରଣ ହୋଇଛି | ଏହାରି ମଧ୍ୟରେ ପାଙ୍ଗୋଙ୍ଗ ହ୍ରଦ ନିକଟରୁ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣଙ୍କୁ ଖୁସି ଲାଗିବ | ଏହି ଭିଡିଓକୁ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଟ୍ୱିଟରରେ ସେୟାର କରିଛନ୍ତି।

ଭିଡିଓରେ ଭାରତୀୟ ଯବାନମାନେ ପାଙ୍ଗୋଙ୍ଗ ହ୍ରଦ କୂଳରେ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି। କେନ୍ଦ୍ରମନ୍ତ୍ରୀ ଏହି ଭିଡିଓକୁ ମାର୍ଚ୍ଚ ୨୫ରେ ଟ୍ୱିଟରରେ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ ଯେତେବେଳେ ଭାରତୀୟ ସୈନିକମାନେ ଖୁସି ରହନ୍ତି ଓ ନୃତ୍ୟଗୀତ କରନ୍ତି, ସେତେବେଳେ ଏହା ବହୁତ ଭଲ ଲାଗେ। ଲଦାଖର ପାଙ୍ଗୋଙ୍ଗ ହ୍ରଦ ପାଖରେ ଗୀତ ବଜାଇ ଭାରତୀୟ ସେନାର ଗୋର୍ଖା ଯବାନ ଏବଂ ତାଙ୍କର ସହଯୋଗୀମାନେ ଆନନ୍ଦରେ ନାଚୁଛନ୍ତି |


ଭିଡିଓରେ ଦୁଇଜଣ ଯବାନ ନାଚୁଥିବା ବେଳେ ସେମାନଙ୍କ ପାଖରେ ଆଉ କିଛି ଯବାନ ବସିଛନ୍ତି। ସେମାନଙ୍କ ପଛରେ ସୁନ୍ଦର ପାଙ୍ଗୋଙ୍ଗ ହ୍ରଦ ଥିବାବେଳେ ଏହି ଭିଡିଓ ସେୟାର ହେବା ମାତ୍ରେ ଭାଇରାଲ ହୋଇଥିଲା | ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଏକ ଲକ୍ଷରୁ ଅଧିକ ଥର ଦେଖାଯାଇଥିବା ବେଳେ ଦୁଇ ହଜାରରୁ ଅଧିକ ଲୋକ କମେଣ୍ଟ ଦେଇଛନ୍ତି।

ସମ୍ବନ୍ଧିତ ଖବର