ନୂଆଦିଲ୍ଲୀ : ଭାରତୀୟ ସାମ୍ବାଦିକ ନିକଲେଶ ଜୈନ୍ ନିଜ କଲମ୍ବିଆନ ପ୍ରେମିକାଙ୍କୁ ଯେଉଁ ଭଳି ଭାବରେ ବିବାହ ପ୍ରସ୍ତାବ ଦେଲେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଶେଷ କରି ପ୍ରସ୍ତାବ ଦେବାର ସମୟକୁ ନେଇ ସେ ଅଧିକ ଚର୍ଚ୍ଚା ସାଉଁଟିଛନ୍ତି । ନିକଲେଶ ନିଜ ପ୍ରେମିକା ତଥା ଚେସ୍ ଖେଳାଳି ଏଞ୍ଜେଲା ଲୋପେଜଙ୍କୁ ସେହି ସମୟରେ ପ୍ରସ୍ତାବ ଦେବାକୁ ପହଞ୍ଚିଥିଲେ, ଯେଉଁ ସମୟରେ ଲୋପେଜ୍ଙ୍କ ଟିମ୍ ମୁକାବିଲା ପାଇଁ ବସି ସାରିଥିଲା । ଏକ ଚେସ୍ ଅଲମ୍ପିଆଡ଼୍ରେ ନିକଲେଶ ଲୋପେଜଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ଲୋପେଜ କଲମ୍ବିଆର ଗ୍ରାଣ୍ଡ ମାଷ୍ଟର ହୋଇଥିବା ବେଳେ ନିକଲେଶ ଜଣେ କ୍ରୀଡ଼ା ସାମ୍ବାଦିକ ବୋଲି ଜଣା ପଡ଼ିଛି । ଏହା ସହ ନିକଲେଶ ନିଜେ ଚେସ୍ ଖେଳାଳି ରହି ସାରିଥିବା ଜଣାପଡ଼ିଛି ।
/sambad/media/post_attachments/wp-content/uploads/2018/09/chesss-1537968083-300x225.jpg)
କିଛି ଦିନ ପୂର୍ବରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିବା ବେଳେ ଏହାକୁ ବିବାହର ରୂପ ଦେବା ପାଇଁ ଭାବିଥିଲେ ନିକଲେଶ । ଏଥିପାଇଁ ସେ ଚେସ୍ ଖେଳ ଆରମ୍ଭ ହେବା ପୂର୍ବରୁ ଲୋପେଜଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ତାଙ୍କ ପ୍ରସ୍ତାବର ଉତ୍ତର ତାଙ୍କୁ ‘ହଁ’ରେ ମିଳିଥିଲା । ସୂଚନା ମୁତାବକ, ପୂର୍ବ ବର୍ଷ ବାର୍ସିଲୋନାରେ ଏକ ମ୍ୟାଚ୍ କଭର କରିବାକୁ ଯାଉଥିବା ବେଳେ ଦୁହେଁ ପରସ୍ପର ସହ କଥା ହେବା ଆରମ୍ଭ କରିଥିଲେ । କିଛି ଦିନ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । ଯାହା ଏବେ ବିବାହର ଋପ ନେବାକୁ ଯାଉଛି ।