କର୍କଟ ଚିହ୍ନଟ ପାଇଁ ଭାରତୀୟ ବୈଜ୍ଞାନିକ ଉଦ୍ଭାବନ କଲେ ନୂଆ ଜ୍ଞାନକୌଶଳ

ନୂଆଦିଲ୍ଲୀ :  ମାନବଜାତି ଅନେକ ରୋଗ ଉପରେ ବିଜୟ ହାସଲ କରିଥିଲେ ବି କର୍କଟ ରୋଗ ଏବେ ବି ଅପରାଜେୟ ହୋଇ ରହିଛି । ବିଗତ କିଛି ଦଶନ୍ଧି ହେଲା କର୍କଟ ଚିକିତ୍ସା କ୍ଷେତ୍ରରେ ଅନେକ ଅଗ୍ରଗତି ହୋଇଥିଲେ ବି ଏହି ରୋଗ ଏବେ ବି ମଣିଷ ପାଇଁ ଏକ ବଡ଼ ଆତଙ୍କ ହୋଇ ରହିଛି ।

ତେବେ କିଛି ଭାରତୀୟ ଗବେଷକ କର୍କଟ ରୋଗର ଆଗୁଆ ଚିହ୍ନଟ ପାଇଁ ଏପରି ଏକ ଜ୍ଞାନକୌଶଳ ବାହାର କରିଛନ୍ତି ଯାହାକି ଏହି ରୋଗର ଚିକିତ୍ସା କ୍ଷେତ୍ରରେ ବେଶ ସହାୟକ ହୋଇପାରିବ ।

ମୁମ୍ବାଇ ନାନୋଟେକ୍ ବୈଜ୍ଞାନିକ ଡ. ବିନୟ କୁମାର ତ୍ରିପାଠୀ ଓ ତାଙ୍କ ଦୁଇ ପୁଅ ଆଶୀଷ ଓ ଅନିସ ଏହି ଜ୍ଞାନକୌଶଳର ବିକାଶ କରାଇଛନ୍ତି । ସେମାନେ ନିଜର ଏହି ଗବେଷଣା ମୁମ୍ବାଇର  ଏପିଜେନେରେସ ବାୟୋଟେକନଲୋଜୀ ଓ ସିଂଗାପୁରର ଜାର୍ ଲାବ୍ସର ସହଯୋଗିତାରେ ଏହି ଗବେଷଣା କରାଯାଇଥିଲା । ଏହି ଗବେଷଣା ସଂଦର୍ଭ ଜର୍ମାନିର ଏକ ଜର୍ଣ୍ଣାଲରେ ପ୍ରକାଶ ପାଇଛି ।

ଏହି ଗବେଷଣା ପାଇଁ ସେମାନେ ୧ ହଜାରରୁ ଅଧିକ କର୍କଟ ରୋଗୀଙ୍କୁ ନେଇ ଏକ କ୍ଲିନିକାଲ ପରୀକ୍ଷଣ କରିଥିଲେ । ଏହି ନୂଆ ପ୍ରଯୁକ୍ତି ଦ୍ବାରା ପ୍ରାୟ ୨୫ ପ୍ରକାରର କର୍କଟ ରୋଗର ଚିହ୍ନଟ କରାଯାଇପାରୁଛି । ବର୍ଷ ଶେଷସୁଦ୍ଧା ଭାରତରେ ଏହି ଟେକନଲୋଜୀର ପ୍ରୟୋଗ ଆରମ୍ଭ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।

ସମ୍ବନ୍ଧିତ ଖବର