ନୂଆଦିଲ୍ଲୀ: ପାକିସ୍ତାନୀ ଯୁବତୀଙ୍କ ପ୍ରେମରେ ପଡ଼ି ପାକିସ୍ତାନୀ ଜେଲ୍ରେ ବନ୍ଦୀ ଜୀବନ ବିତାଇ ନିକଟରେ ଭାରତ ଫେରିଛନ୍ତି ଦିଲ୍ଲୀର ବାସିନ୍ଦା ୫୪ ବର୍ଷୀୟ ଅଫ୍ଜଲ୍ ଅହମ୍ମଦ ।
Sambad is now on WhatsApp
Join and get latest news updates delivered to you via WhatsApp
ଏକ ଜୋତା କମ୍ପାନିରେ ସେଲ୍ସ୍ମ୍ୟାନ ଭାବେ କାର୍ଯ୍ୟ କରୁଥିବା ଅଫଜଲ୍ ବ୍ରିଟିସ୍ ନାଗରିକତ୍ୱ ଥିବା ଜଣେ ପାକିସ୍ତାନୀ ଯୁବତୀଙ୍କ ପ୍ରେମରେ ପଡ଼ିଲେ। ଏହାପରେ ଫୋନ୍ ଯେଗେ ୧୯୯୭ ମସିହାରେ ଉକ୍ତ ଯୁବତୀଙ୍କୁ ‘ନିକାହ’(ବିବାହ) କରିଥିଲେ। ଯୁବତୀ ତାଙ୍କୁ ଭେଟିବାକୁ ପାକିସ୍ତାନ ଡାକିଲେ।
ନିକାହର ୪ ବର୍ଷ ପରେ ୨୦୦୧ ସେପ୍ଟେମ୍ବର ୮ ତାରିଖରେ ଅଫଜଲ୍ ଓ୍ଵାଘା ବର୍ଡର ଦେଇ ଦିଲ୍ଲୀ-ଲାହୋର ବସ୍ରେ ପତ୍ନୀଙ୍କୁ ଭେଟିବାକୁ ପାକିସ୍ତାନ୍ ଗଲେ। ଏଥିଲାଗି ତାଙ୍କୁ ପାକିସ୍ତାନୀ ଭିସା ମଧ୍ୟ ମିଳିଥିଲା।
Freedom! At Attari with Afzal Ahmad, who just crossed the zero line. He spent three years in jail in Lahore for overstaying his visa. Looks forward to getting back to family in Delhi. Thanks to the folks who worked for his release, on both sides of the border. @IndiainPakistan pic.twitter.com/QGzRzl8Vrr
— Ajay Bisaria (@Ajaybis) January 12, 2019
ସେଠାରେ ପହଞ୍ଚ ସେ ଜାଣିବାକୁ ପାଇଲେ କି ତାଙ୍କର ପାକିସ୍ତାନୀ ପତ୍ନୀ ଇଂଲଣ୍ଡରେ ଆଉ ଜଣଙ୍କୁ ବିବାହ କରିଛନ୍ତି। ଫଳରେ ସେ ଅଫ୍ଜଲଙ୍କୁ ବର୍ଷକୁ ମାତ୍ର ୩ରୁ ୪ ମାସ ଭେଟିପାରିବେ। ଏହିପରି ଭାବେ ଅଫ୍ଜଲ ୧୪ ବର୍ଷ ପାକିସ୍ତାନ୍ରେ କରାଚୀରେ ରହିଗଲେ। ପ୍ରତିବର୍ଷ ତାଙ୍କ ପତ୍ନୀ ତାଙ୍କ ପାଖକୁ ଆସୁଥିଲେ। ମାତ୍ର ୨୦୧୪ରେ ହଠାତ୍ ପାକିସ୍ତାନୀ ପତ୍ନୀ ଅଫଜଲଙ୍କୁ ଜଣାଇଲେ କି ସେ ଆଉ ତାଙ୍କ ପାଖକୁ ଆସିବେ ନାହିଁ।
ଯେହେତୁ ଅଫଜଲ୍ଙ୍କ ଭିସା ଅବଧି ସମାପ୍ତ ହୋଇଥିଲା ।୨୦୧୫ରେ ତାଙ୍କୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଦ୍ୱାରା ଗିରଫ ହୋଇ ଜେଲ୍ ଗଲେ। ତାଙ୍କୁ ୪ ମାସ ଜେଲ୍ ଦଣ୍ଡ ହେଲା ଓ ସେ ଜୁନ୍ ୨ ,୨୦୧୬ରେ ମୁକୁଳିବା କଥା। ମାତ୍ର ସେପରି ହେଲା ନାହିଁ। ଏହାପରେ ଦୀର୍ଘ ୩ ବର୍ଷ ସେ ଲାହୋରର କୋଟ୍ ଲଖପତ୍ ଜେଲ୍ରେ ଷଢ଼ିଲେ। ଗତ କାଲି ସେ ଜେଲ୍ରୁ ମୁକ୍ତ ହୋଇ ଓ୍ଵାଘା ବର୍ଡର ଦେଇ ଭାରତ ଆସିଛନ୍ତି।