ନିଜର ତ୍ରୁଟି ପାଇଁ ଦୁର୍ଘଟଣାରେ ସ୍ତ୍ରୀର ମୃତ୍ୟୁ ହେବାରୁ ତାଙ୍କ ପରିବାରକୁ ୩୮ଲକ୍ଷ ଟଙ୍କା କ୍ଷତିପୂରଣ ଦେଲା ସ୍ୱାମୀ

ଦୁବାଇ : ଦୁବାଇରେ ରହୁଥିବା ଜଣେ ଭାରତୀୟ ଯୁବକଙ୍କ ଭୁଲ ପାଇଁ ତାଙ୍କ ସ୍ତ୍ରୀଙ୍କ ଜୀବନ ଚାଲି ଯାଇଥିବା ଜଣା ପଡ଼ିଛି । ସ୍ତ୍ରୀ ଏବଂ ପୁଅ ସହ ଯୁବକଜଣକ ଘରକୁ ଫେରୁଥିବା ବେଳେ ରାସ୍ତାରେ ଥିବା ଏକ ସାଇନ୍‌ପୋଷ୍ଟରେ କାର୍‌ଟି ଧକା ଖାଇଥିଲା । ଫଳରେ ୩ ଜଣଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଯୁବକଙ୍କ ସ୍ତ୍ରୀ ମୃତ୍ୟୁବରଣ କରିଥିଲେ । ଏବେ ନିଜର ଦାୟିତ୍ୱହୀନତା ପାଇଁ ଯୁବକଙ୍କୁ ମୃତ ସ୍ତ୍ରୀଙ୍କ ପରିବାରଙ୍କୁ ୩୮ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ିବ ବୋଲି ଜଣା ପଡ଼ିଛି ।

ସୂଚନା ମୁତାବକ, ସ୍ୱାମୀଙ୍କ ମଙ୍ଗଳ କାମନା କରି ଦିବ୍ୟା ଧନୁମାସ ଧିରୁଭଥିରା ଉତ୍ସବରେ ନୃତ୍ୟ ପରିବେଷଣ କରିଥିଲେ । ସେଠାରୁ ସବୁ କାମ ସାରି ଘରକୁ ଫେରୁଥିବା ବେଳେ ପିଏ ପର୍‌ବିନ୍‌ ଚଳାଉଥିବା ଗାଡ଼ିଟି ଏକ ସାଇନ୍‌ପୋଷ୍ଟରେ ଧକା ଖାଇଥିଲା । ଏହି ଦୁର୍ଘଟଣାରେ ଦିବ୍ୟା ମୃତ୍ୟୁବରଣ କରିଥିବା ବେଳେ ପର୍‌ବିନ୍‌ ଏବଂ ତାଙ୍କ ପୁଅ ବଞ୍ଚି ଯାଇଥିଲେ । ଏହି ଘଟଣା ପରେ ଦୁର୍ଘଟଣା ପାଇଁ ପରବିନ୍‌ଙ୍କୁ ଦାୟୀ କରି ଦୁବାଇ ପୁଲିସ ତାଙ୍କୁ ଗିରଫ କରିବା ସହ ଦିବ୍ୟାଙ୍କ ପରିବାରକୁ ୩୮ଲକ୍ଷ ଟଙ୍କା ଦେବା ପାଇଁ ଆଦେଶ ଦେଇଥିଲା ରାସ୍‌ ଅଲ୍‌ ଖଇମାହ ଅଦାଲତ । ଏହା ସହ ସାଇନ୍‌ପୋଷ୍ଟ ଭାଙ୍ଗି ଯାଇଥିବାରୁ ସେ ନେଇ ପରଭୀନ୍‌ଙ୍କୁ ୪୫୫୦୦ଟଙ୍କା ଜରିମାନା ମଧ୍ୟ ଦେବା ପାଇଁ କୁହାଯାଇଥିଲା ।

Times of India

ଦୁର୍ଘଟଣାର କିଛି ସମୟ ମଧ୍ୟରେ ପର୍‌ବିନ୍‌ଙ୍କ ବନ୍ଧୁ ଏବଂ ସଂପର୍କୀୟମାନେ ଟଙ୍କାର ବ୍ୟବସ୍ଥା କରି ଦେବା ପରେ ଜେଲ୍‌ରୁ ବାହାରିଥିଲେ ପର୍‌ବିନ୍‌ । ଜେଲ୍‌ରୁ ବାହାରିବା ପରେ ସେ ଦିବ୍ୟାଙ୍କ ମୃତଦେହ ନେଇ ଅନ୍ତିମସଂସ୍କାର ପାଇଁ ଦୁବାଇରୁ କେରଳରେ ଆସି ପହଞ୍ଚିଥିଲେ । ଯେଉଁଠି ଦିବ୍ୟାଙ୍କ ଅନ୍ତିମସଂସ୍କାର କରାଯାଇଥିଲା ।

ସମ୍ବନ୍ଧିତ ଖବର