ୱାଶିଂଟନ: ଆମେରିକାରେ ରହୁଥିବା ଜଣେ ଭାରତୀୟ ମହିଳାଙ୍କ ମୃତଦେହ ତାଙ୍କ ଆପାର୍ଟମେଣ୍ଟ୍ରୁ ଉଦ୍ଧାର କରାଯାଇଛି। ମହିଳା ଜଣକ ୫ ମାସର ଗର୍ଭବତୀ ଥିଲେ ବୋଲି ଜାଣିବାକୁ ମିଳିଛି। ମହିଳାଙ୍କ ବ୍ୟତୀତ ତାଙ୍କ ସ୍ବାମୀଙ୍କ ମୃତଦେହ ମଧ୍ୟ ଉଦ୍ଧାର ହୋଇଛି। ମହିଳାଙ୍କ ସ୍ବାମୀଙ୍କ ମୃତଦେହ ହୁଡ୍ସନ୍ ନଦୀ ନିକଟରେ ମିଳିଥିବା ସୂଚନା ରହିଛି। ଜାଣିବାକୁ ମିଳିଛି ଯେ ମହିଳା ଜଣଙ୍କର ହତ୍ୟା କରାଯାଇଥିବା ବେଳେ ତାଙ୍କ ସ୍ବାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କ ବୟସ ୩୫ ବର୍ଷ। ତାଙ୍କ ନାମ ଗାରିମା କୋଠାରି।
ଗାରିମାଙ୍କ ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଶରୀର ବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କର ହତ୍ୟା କରାଯାଇଥିବା ଜାଣିବାକୁ ମିଳିଛି। ତାଙ୍କ ଶରୀରରେ ଏକାଧିକ କ୍ଷତ ଥିବା ରିପୋର୍ଟରୁ ଜଣାପଡ଼ିଛି। ଯାହା ବି ହେଉ, ଡାକ୍ତରୀ ରିପୋର୍ଟରୁ ସେ ୫ ମାସର ଗର୍ଭବତୀ ବୋଲି ଜାଣିବାକୁ ମିଳିଛି।
ଗାରିମାଙ୍କ ୩୭ ବର୍ଷିଅ ସ୍ବାମୀ ମନମୋହନ ଲାଲ୍ଙ୍କ ମୃତଦେହ ଜର୍ସି ସିଟିର ହୁଡ୍ସନ୍ ନଦୀରୁ ମିଳିଥିଲା। ତେବେ ଏହା ଏକ ଆତ୍ମହତ୍ୟା ବୋଲି ପୁଲିସ୍ ସୂଚନା ଦେଇଛି। ତେବେ, ଘଟଣା ପଛର କାରଣ ଏଯାବତ୍ ଅସ୍ପଷ୍ଟ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/55lquh8o_garima-kothari-husbandnew-jersey-_625x300_30_April_20.jpg)