ନୂଆଦିଲ୍ଲୀ : ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବାକୁ ଯଥାର୍ଥ ବୋଲି କହିଛନ୍ତି ଭାରତ ସରକାର । ବୈଦେଶିକ ମନ୍ତ୍ରଣାଳୟ ଶନିବାର ଏକ ସଂସଦୀୟ କମିଟିକୁ କହିଛି ଯେ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାର ଭାରତର ନିଷ୍ପତ୍ତିର କାରଣ ହେଉଛି ପାକିସ୍ତାନ ଦ୍ବାରା ଏହି ଚୁକ୍ତିର ମୂଳ ଭାବନାର ଉଲ୍ଲଙ୍ଘନ, ଯାହାକି ବନ୍ଧୁତା ଓ ସଦ୍ଭାବନା ଉପରେ ପର୍ଯ୍ୟବେଶିତ ।
ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଇଞ୍ଜିନିୟରିଂ କୌଶଳ, ଜଳବାୟୁ ପରିବର୍ତ୍ତନ ଏବଂ ହିମବାହ ତରଳିବା ସମେତ ଭୂମି ପରିସ୍ଥିତିରେ ପରିବର୍ତ୍ତନ, ଚୁକ୍ତିର ସର୍ତ୍ତାବଳୀ ପୁନଃ ଆଲୋଚନା କରିବା ଜରୁରୀ କରିଦେଇଛି।
ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଇଞ୍ଜିନିୟରିଂ କୌଶଳ, ଜଳବାୟୁ ପରିବର୍ତ୍ତନ ଏବଂ ହିମବାହ ତରଳିବା ସମେତ ଭୂମି ପରିସ୍ଥିତିରେ ପରିବର୍ତ୍ତନ, ଚୁକ୍ତିର ସର୍ତ୍ତାବଳୀ ପୁନଃ ଆଲୋଚନା କରିବା ଜରୁରୀ କରିଦେଇଛି।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଚୁକ୍ତିନାମାକୁ ସ୍ଥଗିତ ରଖିବାର ନିଷ୍ପତ୍ତିକୁ ସମର୍ଥନ କରି ବିଶ୍ୱର ରାଜଧାନୀଗୁଡ଼ିକୁ ଗସ୍ତ କରୁଥିବା ପ୍ରତିନିଧିମଣ୍ଡଳୀ ମଧ୍ୟ ଭାରତର ଏହି ଆଭିମୁଖ୍ୟ ସଂପର୍କରେ ବିଶ୍ବକୁ ଜଣାଇବେ । ଏହା ବ୍ୟତୀତ, ବୈଦେଶିକ ସଚିବ ବିକ୍ରମ ମିସ୍ରି ତାଙ୍କ ବ୍ରିଫିଂରେ କହିଛନ୍ତି ଯେ ୧୯୬୦ ଚୁକ୍ତିର ପ୍ରସ୍ତାବନାରେ କୁହାଯାଇଥିଲା ଯେ ଏହା ସଦ୍ଭାବନା ଏବଂ ବନ୍ଧୁତାର ଭାବନାରେ ସମ୍ପାଦିତ ହୋଇଛି। ସେ କହିଥିଲେ ଯେ ବାସ୍ତବରେ ପାକିସ୍ତାନ ଏହି ସମସ୍ତ ନୀତିକୁ ଜଳାଞ୍ଜଳି ଦେଇସାରିଛି ଓ ଭାରତ ସହ ବାରମ୍ବାର ଯୁଦ୍ଧ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/05/24/EjxSnGxDikCIfNlfjx12.jpeg)