ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରେ ପୂରା ଦେଶରେ ଡାକ୍ତର କରିବେ ବିକ୍ଷୋଭ । ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ୧୭ ତାରିଖରୁ ୧୮ ତାରିଖ ସକାଳ ଯାଏଁ ଏହି ବିକ୍ଷୋଭ ଜାରି ରହିବ ବୋଲି ସ୍ପଷ୍ଟ କରିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ । ତେବେ ଜରୁରୀକାଳୀନ ସେବା ଜାରି ରହିବ ବୋଲି ଆସୋସିଏସନ୍ କହିଛି ।

Advertisment

ଅନ୍ୟ ପକ୍ଷରେ ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି। କାଲକାଟା ହାଇକୋର୍ଟ ଏ ସଂପର୍କୀତ ଏକ ମାମଲାର ବିଚାର କରି ୭ ଦିନ ମଧ୍ୟରେ ଡାକ୍ତରଙ୍କ ସମସ୍ୟା ସମାଧାନ ଲାଗି ଆଲୋଚନା କରିବାକୁ କହିଛନ୍ତି। ଏଥିସହ ଡାକ୍ତରମାନେ ବିନା ସର୍ତ୍ତରେ ମମତା ବାନାର୍ଜୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି। ତେଣେ ପଶ୍ଚିମବଙ୍ଗରେ ଡାକ୍ତର ସମୂହ ଇସ୍ତଫା ଦେବା ଆରମ୍ଭ କରିଛନ୍ତି।

ଇଣ୍ଡିଆନ ମେଡିକାଲ ଆସୋସିଏସନର କହିବା ଅନୁଯାୟୀ, ଆମେ ଡାକ୍ତରଖାନାରେ ଡାକ୍ତରଙ୍କ ସୁରକ୍ଷା ଚାହୁଁଛୁ । କୋଲକାତାରେ ଯେଉଁଭଳି ଭାବେ ଡାକ୍ତରଙ୍କ ଉପରେ ଆକ୍ରମଣ କରାଯାଉଛି ତାହା ଦ୍ୱାରା ଅନେକ ମେଡିକାଲ ଛାତ୍ର ଭୟଭୀତ ଅବସ୍ଥାରେ ରହିଛନ୍ତି । ତେଣୁ ଏଭଳି ସ୍ଥିତିରେ ପୂରା ସମାଜ ଡାକ୍ତରଙ୍କ ସହ ଆସନ୍ତୁ ଓ କୋଲକାତା ହିଂସା ଅଭିଯୁକ୍ତଙ୍କୁ ଦଣ୍ଡ ମିଳୁ ବୋଲି କହିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ । ଏହାଛଡା ଡାକ୍ତରଖାନାରେ ହିଂସାକାଣ୍ଡ ଘଟଣା ପାଇଁ କେନ୍ଦ୍ରରେ ନୂଆ ଆଇନ ଅଣାଯାଉ । ଆଉ ଏସବୁ ଦାବି ନେଇ ଆସନ୍ତା ୧୭ ଜୁନରେ ପୂରା ଦେଶର ଡାକ୍ତରମାନେ ବିକ୍ଷୋଭକୁ ଓହ୍ଲାଇବେ ବୋଲି କହିଛି ସଂଘ ।

publive-image HT

୧୭ ତାରିଖରେ ହେବାକୁ ଥିବା ବିକ୍ଷୋଭରେ ଘରୋଇ ହସ୍ପିଟାଲର ଡାକ୍ତରମାନେ ମଧ୍ୟ ଭାଗ ନେବେ । ଏବେ ପ୍ରତିଦିନ ଡାକ୍ତରଙ୍କ ଉପରେ ମାଡ ଘଟଣା ସାମ୍ନାକୁ ଆସୁଛି । ଏଭଳିସ୍ଥଳେ ଡାକ୍ତରଙ୍କ ସୁରକ୍ଷା ପାଇଁ ନୂଆ ଆଇନ ଅଣାଯାଉ ବୋଲି କହିଛି ସଂଘ । ଏହି ବିକ୍ଷୋଭ କାରଣରୁ ରୋଗୀ  ଅସୁବିଧାର ସମ୍ମୁଖୀନ ହେବେ ସତ କିନ୍ତୁ ଡାକ୍ତରଙ୍କ ସୁରକ୍ଷା ମଧ୍ୟ ସବୁଠୁ ବଡ ପ୍ରାଥମିକତା । କୋଲକାତାରେ ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ଉପରେ ଆକ୍ରମଣ ପରେ ପୂରା ଦେଶର ଡାକ୍ତର ଏକାଠି ହୋଇ ବିରୋଧ ପ୍ରଦର୍ଶନ କରୁଛନ୍ତି ।

ଡାକ୍ତରଙ୍କ ଆନ୍ଦୋଳନ ଚାଲୁଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏଥିପାଇଁ ଦାୟୀ କରିଛନ୍ତି । ହର୍ଷବର୍ଦ୍ଧନ କହିଛନ୍ତି, ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ମମତା ଧମକାଉଛନ୍ତି । ଆପୋଷ ବୁଝାମଣାରେ ଡାକ୍ତରଙ୍କ ବିକ୍ଷୋଭକୁ ବନ୍ଦ କରିବା ବଦଳରେ ମମତା ସରକାର ଡାକ୍ତରଙ୍କୁ ଧମକାଉଛନ୍ତି । ତେଣୁ ଏହାର ସମାଧାନ ଖୁବଶୀଘ୍ର କରିବାକୁ ସେ ମମତାଙ୍କୁ ଚିଠି ଲେଖି ଅପିଲ କରିବେ ବୋଲି କହିଛନ୍ତି ।