ଭାରତର ମିଗ ବିମାନ ହିଁ ପାକିସ୍ତାନର ଏଫ-୧୬କୁ ମାରି ଖସାଇଦେଇଥିଲା , ପ୍ରମାଣ ଜାରି କଲା ବାୟୁସେନା

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଏକ ମିଗ-୨୧ ବିସନ ବିମାନ ଦ୍ବାରା ପାକିସ୍ତାନର ଅତ୍ୟାଧୁନିକ ଏଫ-୧୬ ବିମାନକୁ ମାରି ଖସାଇଦିଆଯିବା ଘଟଣାକୁ ଏପର୍ଯ୍ୟନ୍ତ ପାକିସ୍ତାନ ଅସ୍ବୀକାର କରିଆସୁଛି । ଆମେରିକାର ସାମରିକ ସଂସ୍ଥା ପେଣ୍ଟାଗନ ମଧ୍ୟ ଏ ନେଇ ଚୁପ ରହିଛି । କିନ୍ତୁ ଏକ ବିଦେଶୀ ପତ୍ରିକାରେ ମଧ୍ୟ ଏହାକୁ ନେଇ ସଂଦେହ ପ୍ରକଟ କରାଯିବା ପରେ ଭାରତୀୟ ବାୟୁସେନା ଆଜି କହିଛି ଯେ ଏ ଘଟଣାକୁ ପ୍ରମାଣ କରିବା ପାଇଁ ଅକାଟ୍ୟ ପ୍ରମାଣ ରହିଛି । କିନ୍ତୁ ସାମରିକ ଗୋପନୀୟତା କାରଣରୁ ସେଗୁଡ଼ିକୁ ସାଧାରଣରେ ପ୍ରଘଟ କରିହେବ ନାହିଁ ।

ଏୟାର ଭାଇସ ମାର୍ସାଲ ଆରବିକେ କାପୁର କହିଛନ୍ତି ଯେ ପାକିସ୍ତାନ ବାୟୁସେନା ଫେବ୍ରୁଆରୀ ୨୭ରେ ଏଫ-୧୬ ବିମାନ ବ୍ୟବହାର କରିଥିଲା ଓ ମିଗ ବିମାନ ଉଡାଉଥିବା ଭାରତୀୟ ପାଇଲଟ ଅଭିନନ୍ଦନ ବର୍ତ୍ତମାନ ଏହାକୁ ମାରି ଖସାଇଦେଇଥିଲେ । ଏ ସଂପର୍କରେ ଭାରତୀୟ ବାୟୁ ସେନା ପାଖରେ ଅକାଟ୍ୟ ପ୍ରମାଣ ରହିଛି । ଏହି ଘଟଣା ସଂପର୍କିତ କେତେକ ପ୍ରମାଣ ମଧ୍ୟ ଆଜି ବାୟୁ ସେନା ଜାରି କରିଛି । ସେଗୁଡ଼ିକ ମଧ୍ୟରେ ରହିଛି ଆଓ୍ବାକ୍ସ ରାଡାର ପରଦାର ଚିତ୍ର ।

ସମ୍ବନ୍ଧିତ ଖବର