ନୂଆଦିଲ୍ଲୀ: ଗତ କିଛି ଦିନ ଧରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ପ୍ରାୟତଃ ଶାନ୍ତ ପଡ଼ିଯାଇଛି। ଗତକାଲି ରାତିରେ ସୀମାରେ କୌଣସି ଗୁଳିଚାଳନା ହୋଇନାହିଁ। 

Advertisment

ସୋମବାର ଭାରତୀୟ ସେନା ଏକ ବିବୃତ୍ତିରେ କହିଛି ଯେ କିଛି ଦିନହେବ ସୀମାରେ ପ୍ରବଳ ଗୁଳିବର୍ଷା ଜାରି ରହିଥିଲା।  ସୋମବାର ରାତିରେ ଜମ୍ମୁ -କଶ୍ମୀର ଏବଂ ଅନ୍ତର୍ଜାତୀୟ ସୀମା ସଂଲଗ୍ନ ଅନ୍ୟାନ୍ୟ ଅଞ୍ଚଳରେ ଶାନ୍ତିର ରାତି ଦେଖିବାକୁ ମିଳିଛି। 

ମଇ ୭ ତାରିଖରେ ଭାରତ ପକ୍ଷରୁ 'ଅପରେସନ୍ ସିନ୍ଦୂର' ଆରମ୍ଭ ହୋଇଥିଲା। ଏହାପରେ ପାକିସ୍ତାନ କ୍ରମାଗତ ଭାବେ ଅସ୍ତ୍ରବିରତି ଉଲ୍ଲଂଗନ କରି ଗୁଳିମାଡ଼ ଓ ଡ୍ରୋନ ଆକ୍ରମଣ କରିଥିଲା। 

ପୂର୍ବରୁ ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଥିଲେ ଯେ ପାକିସ୍ତାନର ଡିଜିଏମଓ ମେଜର ଜେନେରାଲ କାଶିଫ ଅବଦୁଲ୍ଲା ଯୁଦ୍ଧବିରତି ପାଇଁ  ମଇ ୧୦ରେ ଭାରତର ଡିଜିଏମଓଙ୍କୁ ଫୋନ୍ କରିଥିଲେ। ଆଲୋଚନା ପରେ ଯୁଦ୍ଧବିରତି ପାଇଁ  ଦୁଇ ଦେଶ ରାଜି ହୋଇ ଯାଇଥିଲେ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରେ ପ୍ରଥମଥର ପାଇଁ ଦୁଇ ଦେଶର ଡିଜିଏମଓଙ୍କ ମଧ୍ୟରେ ଅପରାହ୍ନରେ ଆଲୋଚନା ହେବାର ଥିଲା ଯାହାକି ଟଳି ଯାଇଛି। ଏହି ବୈଠକ ସନ୍ଧ୍ୟାରେ ହେବାର ସମ୍ଭାବନା ରହିଛି।

ଭାରତରୁ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଏବଂ ପାକିସ୍ତାନରୁ ମେଜର ଜେନେରାଲ କାଶିଫ ଚୌଧୁରୀ ଆଲୋଚନା‌ରେ ସାମିଲ ହେବେ। ଏହି ଆଲୋଚନା ସମୟରେ, ଉଭୟ ଦେଶ ଯୁଦ୍ଧବିରତିର ସର୍ତ୍ତାବଳୀକୁ ଆହୁରି ସୁଦୃଢ଼ କରିବେ ବୋଲି ଆଶା କରାଯାଉଛି।