ଭାରତର ସାମରିକ ଶକ୍ତି ବୃଦ୍ଧି:ପାକିସ୍ତାନକୁ ଭୟ ଘାରୁଛି

ଜାତିସଂଘ ଆଗରେ ଫେରାଦ

ଜାତିସଂଘ: ଭାରତର ସାମରିକ ଶକ୍ତି ବୃଦ୍ଧିକୁ ନେଇ ପାକିସ୍ତାନର ନିଦ ହଜିଯାଇଛି। ପାକିସ୍ତାନ ଏବେ ଭାରତ ବିରୋଧରେ ଜାତିସଂଘ ନିକଟରେ ଫେରାଦ ହୋଇଛି। ଦକ୍ଷିଣ ଏସିଆର ସୁରକ୍ଷା ନେଇ ଏହା ଚିନ୍ତାବ୍ୟକ୍ତ କରିଛି। ଜାତିସଂଘ ସ୍ଥିତ ପାକିସ୍ତାନୀ ମିସନ୍‌ର ପ୍ରମୁଖ ସଚିବ ଜହାନ୍‌ଜେବ୍‌ ଖାନ୍‌ ଜାତିସଂଘ ନିକଟରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, ଦକ୍ଷିଣ ଏସିଆର ଏକ ରାଷ୍ଟ୍ର ଏବେ ସାମରିକ କ୍ଷମତା ବୃଦ୍ଧି ପାଇଁ ବିପୁଳ ଖର୍ଚ୍ଚ କରୁଛି। ଏହି ଖର୍ଚ୍ଚ ଏବେ ସୀମା ଟପିଯାଇଛି। ଏହାଦ୍ବାରା ଦକ୍ଷିଣ ଏସିଅାରେ ଅସ୍ଥିରତା ଦେଖାଦେବା ଆଶଙ୍କା ଉପୁଜିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର