ନୂଆଦିଲ୍ଲୀ : ପାକିସ୍ତାନ ବିପକ୍ଷରେ ନିକଟରେ ଶେଷ ହୋଇଥିବା ଅପରେସନ ସିନ୍ଦୂର ଓ ପରବର୍ତ୍ତୀ ସଂଘର୍ଷରେ ଭାରତୀୟ ବାୟୁ ସୁରକ୍ଷା ପ୍ରଣାଳୀ ନିଜର ଦକ୍ଷତା ଦେଖାଇଥିଲା । ରୁଷ ନିର୍ମିତ ଏସ-୪୦୦ ସମେତ ସ୍ବଦେଶୀ ଆକାଶତୀର ସିଷ୍ଟମ ପାକିସ୍ତାନୀ ରକେଟ ଓ ଡ୍ରୋନକୁ ଆକାଶରେ ହିଁ ଧ୍ବଂସ କରି ଦେଶକୁ ସୁରକ୍ଷିତ କରିଥିଲା । ଏବେ ଭାରତର ଡିଆରଡିଓ ଏକ ଶକ୍ତିଶଳୀ ମିସାଇଲ ଡିଫେନ୍ସ ସିଷ୍ଟମ ତିଆରି କରୁଥିବା ଜଣାପଡ଼ିଛି । ଏହାର ନାମ ରଖାଯାଇଛି ପ୍ରୋଜେକ୍ଟ କୁଶା ପର୍ଯ୍ୟାୟ-୨। 

Advertisment

ଏହି ପର୍ଯ୍ୟାୟର ଲକ୍ଷ୍ୟ ହେଉଛି ରୁଷିଆର ଅତ୍ୟାଧୁନିକ ଏସ-୫୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ସହିତ ମେଳ ଖାଇବା। ରୁଷିଆର ଏସ-୫୦୦ ସିଷ୍ଟମ ହାଇପରସୋନିକ୍ ମିସାଇଲକୁ ମଧ୍ୟ ଅଟକାଇ ପାରିବ ଏବଂ ୬୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାକୁ ସକ୍ଷମ। ସୂତ୍ର ଅନୁସାରେ, ଭାରତ ଏବେ ଏହି ଦିଗରେ ଆଗକୁ ବଢ଼ୁଛି ଏବଂ ୪୦୦ କିଲୋମିଟରରୁ ଅଧିକ ରେଞ୍ଜ ବିଶିଷ୍ଟ ଇଣ୍ଟରସେପ୍ଟର ମିସାଇଲ ଏବଂ ନୂତନ ପିଢ଼ିର ରାଡାର ସିଷ୍ଟମ ଉପରେ କାମ କରୁଛି। ଏଥିରେ ଏଆଇ ଆଧାରିତ ପ୍ରଯୁକ୍ତିବିଦ୍ୟା ଏବଂ ୧୫୦୦ କିଲୋମିଟର ପର୍ଯ୍ୟନ୍ତ ଟ୍ରାକିଂ କ୍ଷମତା ସହିତ ଦୀର୍ଘ ଦୂରଗାମୀ ରାଡାର ଅନ୍ତର୍ଭୁକ୍ତ ହେବ।
'କୁଶା' ପ୍ରକଳ୍ପ କାହିଁକି ଗୁରୁତ୍ୱପୂର୍ଣ୍ଣ?

ଚୀନ୍ ପାଖରେ ୧୨,୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଛି ଏବଂ ଏହା ପାକିସ୍ତାନକୁ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଯୋଗାଇ ଦେଉଛି। ଏପରି ପରିସ୍ଥିତିରେ, ଭାରତକୁ ଏହାର ଗୁରୁତ୍ୱପୂର୍ଣ୍ଣ ଘାଟି, କମାଣ୍ଡ ସେଣ୍ଟର ଏବଂ ବଡ଼ ସହରଗୁଡ଼ିକୁ ଏହି ବିପଦରୁ ରକ୍ଷା କରିବା ପାଇଁ ଏକ ଦୃଢ଼ ବାୟୁ ପ୍ରତିରକ୍ଷା କବଚ ଆବଶ୍ୟକ। ଏହା ଆବଶ୍ୟକତା ମେଣ୍ଟାଇବ କୁଶା ପର୍ଯ୍ୟାୟ-୨

ଚୀନ୍ ପାଖରେ ୧୨,୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଛି ଏବଂ ଏହା ପାକିସ୍ତାନକୁ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଯୋଗାଇ ଦେଉଛି। ଏପରି ପରିସ୍ଥିତିରେ, ଭାରତକୁ ଏହାର ଗୁରୁତ୍ୱପୂର୍ଣ୍ଣ ଘାଟି, କମାଣ୍ଡ ସେଣ୍ଟର ଏବଂ ବଡ଼ ସହରଗୁଡ଼ିକୁ ଏହି ବିପଦରୁ ରକ୍ଷା କରିବା ପାଇଁ ଏକ ଦୃଢ଼ ବାୟୁ ପ୍ରତିରକ୍ଷା କବଚ ଆବଶ୍ୟକ। ଏହା ଆବଶ୍ୟକତା ମେଣ୍ଟାଇବ କୁଶା ପର୍ଯ୍ୟାୟ-୨ । ଏହା ବ୍ୟତୀତ, ପ୍ରୋଜେକ୍ଟ କୁଶା ଏସ-୪୦୦ ଭଳି ବିଦେଶୀ ସିଷ୍ଟମ ଅପେକ୍ଷା ଶସ୍ତା। ପାଞ୍ଚଟି ଏସ-୪୦୦ ୟୁନିଟର ମୂଲ୍ୟ ପ୍ରାୟ ୪୩ ହଜାର କୋଟି ଥିବା ବେଳେ, ପାଞ୍ଚଟି ସ୍କ୍ୱାର୍ଡନ୍ କୁଶର ମୂଲ୍ୟ ମାତ୍ର ୨୧୭୦୦ କୋଟି।