ନୂଆଦିଲ୍ଲୀ: ଅରୁଣାଚଳପ୍ରଦେଶର ଜଣେ ମହିଳାଙ୍କୁ ସାଂଘାଇ ବିମାନବନ୍ଦରରେ ନିର୍ଯାତନା ଦିଆଯାଇଛି। ବ୍ରିଟେନରେ ରହୁଥିବା ପ୍ରେମା ୱାଙ୍ଗଜମ ଥଙ୍ଗଡକ ନଭେମ୍ବର ୨୧ରେ ଲଣ୍ଡନରୁ ଜାପାନକୁ ଯାତ୍ରା କରୁଥିବାବେଳେ ସାଙ୍ଘାଇ ପୁଡଙ୍ଗ ବିମାନବନ୍ଦରରେ ସେ ୩ ଘଣ୍ଟା ଅଟକିଥିଲେ। ଏହି ସମୟରେ ଚୀନ୍ର ଅପ୍ରବାସନ ଅଧିକାରୀମାନେ ତାଙ୍କ ଭାରତୀୟ ପାସପୋର୍ଟ ଗ୍ରହଣ କରିନଥିଲେ ଏବଂ ତାଙ୍କୁ ନିର୍ଯାତନା ଦେଇଥିଲେ। ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ଅପ୍ରବାସନ କାଉଣ୍ଟରରେ ଥିବା ଅଧିକାରୀମାନେ ତାଙ୍କ ପାସପୋର୍ଟକୁ ଅବୈଧ ଘୋଷଣା କରିଥିଲେ କାରଣ ଏଥିରେ ଅରୁଣାଚଳପ୍ରଦେଶକୁ ତାଙ୍କ ଜନ୍ମସ୍ଥାନ ଭାବେ ଦର୍ଶାଯାଇଥିଲା।
ଅଧିକାରୀ ଜଣଙ୍କ ତାଙ୍କୁ କହିଥିଲେ ଯେ ଅରୁଣାଚଳ ହେଉଛି ଚୀନ୍ର ଏକ ଅଂଶ। ମହିଳା କହିଛନ୍ତି, ମୁଁ ମୋ ପାସପୋର୍ଟ ଦାଖଲ କରି ଅପେକ୍ଷା କରିଥିଲି। ସେହି ସମୟରେ ଜଣେ ଅଧିକାରୀ ମୋ ନାଁ ସହ ‘ଇଣ୍ଡିଆ, ଇଣ୍ଡିଆ’ ଡାକିଥିଲେ। ସମ୍ପୃକ୍ତ ଅଧିକାରୀ ଜଣଙ୍କ ତାଙ୍କୁ ଇମିଗ୍ରେସନ ଡେସ୍କ ପାଖକୁ ନେଇ କହିଥିଲେ, ‘ଅରୁଣାଚଳ ବୈଧ ପାସପୋର୍ଟ ନୁହେଁ’। ଯେତେବେଳେ ସେ ପ୍ରଶ୍ନ କରିଥିଲେ ଯେ ତାଙ୍କ ଭାରତୀୟ ପାସପୋର୍ଟ କାହିଁକି ବୈଧ ଦୁହେଁ। ଏହାର ଉତ୍ତରରେ ଅଧିକାରୀ ଜଣଙ୍କ କହିଥିଲେ ଯେ ଅରୁଣାଚଳ ଚୀନ୍ର ଏକ ଅଂଶ। ଏହି ଘଟଣାକୁ ଭାରତ ତୀବ୍ର ବିରୋଧ କରିଛି। ଇତି ମଧ୍ୟରେ ଜାଣିବାକୁ ମିଳିଛି ଯେ ବେଜିଂ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଉକ୍ତ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/25/dgjgjdgjgj-2025-11-25-01-19-14.jpg)