ନୂଆଦିଲ୍ଲୀ: ସଂଖ୍ୟା ଦୃଷ୍ଟିରୁ ଚୀନ୍ ହେଉଛି ବିଶ୍ୱର ସର୍ବବୃହତ ନୌସେନା ଏବଂ ଏହା କ୍ରମାଗତ ଭାବରେ ଏହାର କ୍ଷମତା ବିସ୍ତାର କରିଚାଲିଛି । ଚୀନ ନିଜ ଯୁଦ୍ଧ ଜାହାଜଗୁଡ଼ିକୁ ସମଗ୍ର ବିଶ୍ବରେ ମୁତୟନ କରିଚାଲିଛି । ଚୀନ କେବଳ ନିଜର ନୌଶକ୍ତି ବୃଦ୍ଧି କରୁନାହିଁ, ବରଂ ନିଜର ମିତ୍ରଦେଶ ପାକିସ୍ତାନର ନୌସେନାର ଶକ୍ତି ବଢାଇଚାଲିଛି । ଲାଗୁଛି ତାହା ପାକିସ୍ତାନର ନୌସେନା ନୁହେଁ ବରଂ ଚୀନ ନୌସେନାର ବି-ଟିମ ବୋଲି ଭାରତର ନୌସେନା ମୁଖ୍ୟ ଆଡମିରାଲ ଦୀନେଶ ତ୍ରିପାଠୀ କହିଛନ୍ତି ।
ନୌସେନା ମୁଖ୍ୟ କହିଛନ୍ତି ଯେ ପାକିସ୍ତାନର ନୌସେନା ଆଶ୍ଚର୍ଯ୍ୟଜନକ ଗତିରେ ଆଗକୁ ବଢ଼ିଛି। ଏହା ୫୦ଟି ଯୁଦ୍ଧ ଜାହାଜ ଥିବା ନୌସେନାରେ ପରିଣତ ହେବାକୁ ପ୍ରସ୍ତୁତ ହେଉଛି। ସେମାନଙ୍କୁ ଯୁଦ୍ଧ ଜାହାଜ, ବୁଡ଼ାଜାହାଜ ଏବଂ ଅସ୍ତ୍ରଶସ୍ତ୍ର ମିଳିଚାଲୁଛି, କିନ୍ତୁ ସେମାନଙ୍କର ଆର୍ଥିକ ସ୍ଥିତିକୁ ଦେଖିଲେ ଏହା ଆଶ୍ଚର୍ଯ୍ୟଜନକ ଲାଗୁଛି ।

ନୌସେନା ମୁଖ୍ୟ ଏହା ମଧ୍ୟ କହିଛନ୍ତି ଯେ ସମସ୍ତେ ଜାଣନ୍ତି ଯେ ପାକିସ୍ତାନର ଜାହାଜ ଏବଂ ବୁଡ଼ାଜାହାଜ ଚୀନରେ କିମ୍ବା କରାଚୀରେ ଚୀନ ସହାୟତାରେ ନିର୍ମାଣ କରାଯାଉଛି । ଏଥିରୁ ଜଣାପଡ଼ୁଛି ଯେ ପାକିସ୍ତାନର ନୌସେନାକୁ ଶକ୍ତିଶାଳୀ କରିବା ଦିଗରେ ଚୀନ କାମ କରିଚାଲିଛି । ଚୀନ୍ ନୂଆ ୮ଟି ବୁଡ଼ାଜାହାଜ ନିର୍ମାଣ କରୁଛି ଯାହା ପାକିସ୍ତାନର ଯୁଦ୍ଧ କ୍ଷମତା ବଢ଼ାଇବ, କିନ୍ତୁ ଆମେ ଏହା ବିଷୟରେ ଅବଗତ ଅଛୁ ଏବଂ ଆମେ ଯେକୌଣସି ପ୍ରକାର ଆହ୍ୱାନର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/12/02/6p44FxpsfZFPr8e5h6Cq.jpeg)