ଇଣ୍ଡୋନେସିଆ ଭୂକମ୍ପରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ସହାୟତାର ହାତ ବଢ଼ାଇଲା ଭାରତୀୟ ନୌସେନା; ଜାହାଜରେ ଗଲା ଖାଦ୍ୟ, ପାନୀୟ

ନୂଆଦିଲ୍ଲୀ: ପ୍ରଥମେ ଭୂକମ୍ପ ଓ ପରେ ସୁନାମୀ  ଆସି ଇଣ୍ଡୋନେସିଆର ଦ୍ୱୀପ ସହର ପାଲୁ ସଂପୂର୍ଣ୍ଣ ବିଧ୍ୱସ୍ତ ହୋଇଯାଇଛି। ସୁନାମୀ ପ୍ରଭାବରୁ ସମୁଦ୍ର ପାଣି ମାଡ଼ି ଆସିବା ପରେ ଇତି ମଧ୍ୟରେ ପ୍ରାୟ ୧୨୦୦ରୁ ଊର୍ଧ୍ୱ ଜୀବନ ଯାଇ ସାରିଲାଣି।

ଏହି ପରିସ୍ଥିତିରେ ଇଣ୍ଡୋନେସିଆକୁ ସହାୟତାର ହାତ ବଢ଼ାଇଛି ଭାରତ। ଭାରତୀୟ ନୌସେନା ଇଣ୍ଡୋନେସିଆର କ୍ଷତିଗ୍ରସ୍ତମାନଙ୍କୁ ସାହାଯ୍ୟ କରିବା ପାଇଁ ନିଜର ଆଇଏନ୍‌ଏସ୍‌ ତିର୍‌, ସୁଜାତା ଓ ସାରଦୁଲକୁ ବ୍ୟବହାର କରିଛି।

ଇଣ୍ଡୋନେସିଆର ଭୂକମ୍ପ ପ୍ରପୀଡ଼ିତମାନଙ୍କୁ ମାନବିକତାର ହାତ ବଢ଼ାଇବା ଉଦେଶ୍ୟରେ ଏହି ପୋତି  ସମୁଦ୍ରପତନରେ ଇଣ୍ଡୋନେସିଆ ଆଡ଼େ ଗତି କରିଛନ୍ତି।

ଏହି ପୋତଗୁଡ଼ିକରେ ୩୦ ହଜାର ଲିଟର ପିଇବା ପାଣି ବୋତଲ, ୧୫୦୦ ଲିଟରର ପ୍ୟାକେଟ୍‌ ଜୁସ୍‌,  ୫୦୦ ଲିଟର ଖିର, ୭୦୦ କିଲୋ ବିସ୍କୁଟ୍‌, ୨୦ ଟେଣ୍ଟ୍‌ ପୀଡ଼ିତମାନଙ୍କ ସକାଶେ ନିଆଯାଇଛି।

ଉଲ୍ଲେଖଯୋଗ୍ୟ, ପାଲୁ ସହରର ଜନ୍ମ ବାର୍ଷିକୀ ପାଳନ କରିବା ପାଇଁ ଲୋକମାନେ ଏକଜୁଟ ହୋଇଥିବା ସମୟରେ ଭୂକମ୍ପ ଓ ସୁନାମୀ ହୋଇ ସମୁଦ୍ରରୁ ପାଣି ମାଡ଼ି ଆସିଥିଲା। ଏହି ସୁନାମୀରେ ଶହ ଶହ ଲୋକଙ୍କ ଜୀବନ ଚାଲି ଯାଇଛି।

ସମ୍ବନ୍ଧିତ ଖବର