ନୌସେନାରେ ଭର୍ତ୍ତି ହେବାକୁ ଚାହୁଁଥିବା ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଭାରତୀୟ ନୌସେନା ଘୋଷଣା କଲା ଆଇଏନ୍‌ଇଟି ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଳୀ: ଭାରତୀୟ ନୌସେନାରେ ଯୋଗ ଦେବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ଅଫିସର୍‌ ପଦବୀ ପାଇଁ ନୌସେନା ପକ୍ଷରୁ ନୂଆ କରି ଇଣ୍ଡିଆନ୍‌ ନ୍ୟାଭି ଏଣ୍ଟ୍ରାନ୍ସ ଟେଷ୍ଟ୍‍(ଆଇଏନ୍‌ଇଟି) ପ୍ରବେଶିକା ପରୀକ୍ଷା ଆରମ୍ଭ କରାଯିବ। ସ୍ନାତକ ଡିଗ୍ରିଧାରୀମାନେ ଏହି ପରୀକ୍ଷା ଦେଇପାରିବେ ବୋଲି ସୂଚନା ରହିଛି। ଏହି ପରୀକ୍ଷା ବର୍ଷକୁ ୨ ଥର ଲେଖାଏଁ ହେବ। ଏବେ ହେଉଥିବା ନୌସେନାର ୟୁନିଭରିସିଟି ଏଣ୍ଟ୍ରି ସ୍କିମ୍‌(ୟୁଇଏସ୍‌) ଓ କମ୍ବାଇନ୍‌ଡ ଡିଫେନ୍ସ ସ୍କିମ୍‌ (ସିଡିଏସ୍‌)ପରୀକ୍ଷା ପୂର୍ବ ପରି ଅବ୍ୟାହତ ରହିବ।

ଚଳିତବର୍ଷ  ସେପ୍ଟେମ୍ବରରୁ ଏହା ଆରମ୍ଭ ହେବାକୁ ଯାଉଛି। ସମସ୍ତ ସ୍ନାତକ ଛାତ୍ରଛାତ୍ରଙ୍କ ପାଇଁ ଭାରତୀୟ ନୌସେନା ପକ୍ଷରୁ ଏହା ଘୋଷଣା ହୋଇଛି। ଏ ସଂପର୍କରେ ଇଚ୍ଛୁକମାନେ ସମସ୍ତ ସୂଚନା joinindiannavy.gov.in ୱେବ୍‌ସାଇଟ୍‌ରେ ପାଇପାରିବେ।

ଇଂରାଜି, ନ୍ୟୁମେରିକାଲ୍‌ ଆବିଲିଟି, ଜେନେରାଲ୍‌ ସାଇନ୍ସ, ମାଥ୍‌ମେଟିକାଲ୍‌ ଆପ୍‌ଟିଚ୍ୟୁଡ୍  ଏବଂ ସାଧାରଣ ଜ୍ଞାନ ଆଦି ବିଷୟରେ ପରୀକ୍ଷା ଦେବାକୁ ହେବ। ପରୀକ୍ଷାର୍ଥୀମାନଙ୍କୁ ଏ ସମସ୍ତ ବିଷୟରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ।

ସମ୍ବନ୍ଧିତ ଖବର