ସେପ୍ଟେମ୍ବର ୨୮ରେ ନୌସେନାରେ ସାମିଲ ହେବ ଭାରତର ୨ୟ ସ୍କରପିନ କ୍ଲାସ ସବମେରିନ ଆଇଏନଏସ ଖଣ୍ଡେରୀ

ନୂଆଦିଲ୍ଲୀ : ଭାରତର ୨ୟ ସ୍କରପିନ କ୍ଲାସ ଲଢୁଆ ବୁଡ଼ାଯାହାଜ ଆଇଏନଏସ ଖଣ୍ଡେରୀ ଆସନ୍ତା ୨୮ ତାରିଖରେ ଭାରତୀୟ ନୌସେନାରେ ସାମିଲ ହେବ । ମୁମ୍ବାଇଠାରେ ଏକ ସ୍ୱତନ୍ତ୍ର ସମାରୋହରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହାକୁ ଜାତି ଉଦ୍ଦେଶ୍ୟରେ ସମର୍ପିତ କରିବେ । ଏହି ଅବସରରେ ନୌସେନା ମୁଖ୍ୟ ମଧ୍ୟ ଉପସ୍ଥିତ ରହିବେ । ଉଭୟ ଡିଜେଲ ଓ ବିଦ୍ୟୁତ ଚାଳିତ ଏହି ବୁଡାଜାହାଜକୁ ମୁମ୍ବାଇର ମାଜଗାଁଓ ସିପବିଲଡର୍ସ ପକ୍ଷରୁ ନିର୍ମାଣ କରାଯାଇଛି । ଭାରତର ପ୍ରଥମ ସ୍କରପିନ କ୍ଲାସ ବୁଡାଜାହାଜ ବା ସବମେରିନ ଆଇଏନଏସ କାଲଭରୀ ଗତ ୨୦୧୭ ଡିସେମ୍ବର ମାସରେ ନୌସେନାର ସାମିଲ ହୋଇଥିଲା ।

ଭାରତ ସରକାର ଆରମ୍ଭ କରିଥିବା ପ୍ରୋଜେକ୍ଟ ୭୫ କାର୍ଯ୍ୟକ୍ରମରେ ମୋଟ ୬ଟି  ସ୍କରପିନ କ୍ଲାସ ବୁଡାଜାହାଜ  ନୌସେନାରେ ସାମିଲ କରିବାକୁ ଯୋଜନା କରାଯାଇଛି ।  ଆଇଏନଏସ କାଲଭରୀ ଓ ଆଇଏନଏସ ଖଣ୍ଡେରୀ ଏହି ଯୋଜନାର ଅଂଶବିଶେଷ । ଆଗାମୀ କିଛି ବର୍ଷ ମଧ୍ୟରେ ଅବଶିଷ୍ଟ ୪ଟି ସବମେରିନକୁ ମଧ୍ୟ ନୌସେନାରେ ସାମିଲ କରାଯିବ ।

 

ସମ୍ବନ୍ଧିତ ଖବର