ଭାରତ କିଣିବ ୬ ଅତ୍ୟାଧୁନିକ ପାଟ୍ରୋଲିଂ ଯୁଦ୍ଧପୋତ ; ସୁଦୃଢ଼ କରିବ ଜଳ ସୀମା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ଭାରତୀୟ ଜଳ ସୀମା ମଧ୍ୟରେ ସୁରକ୍ଷାକୁ ନିଶ୍ଚିତ କରିବା ଲକ୍ଷ୍ୟରେ ପ୍ରତିରକ୍ଷା ବିଭାଗ ସଂପୂର୍ଣ୍ଣ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଉଚ୍ଚ କ୍ଷମତା ସମ୍ପନ୍ନ ୬ଟି ପାଟ୍ରୋଲିଂ ଜାହଜ କିଣିବା ପାଇଁ ନିଷ୍ପତ୍ତି ନେଇଛି। ସଂପୂର୍ଣ୍ଣ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଉଚ୍ଚ କ୍ଷମତା ସମ୍ପନ୍ନ ଏହି ୬ଟି ପାଟ୍ରୋଲିଂ ଜାହଜ କିଣା ହୋଇ ଆସିବା ପରେ ସେଗୁଡ଼ିକୁ ଭାରତୀୟ ନୌସେନାରେ ସାମିଲ କରାଯିବ ଏବଂ ସମୁଦ୍ର ମଧ୍ୟରେ ଭାରତୀୟ ଜଳ ସୀମାରେ ସଂପୃକ୍ତ ଜାହାଜଗୁଡ଼ିକ ଅହର୍ନିଶି ପାଟ୍ରୋଲିଂ କରିବେ। ଏହି ଅତ୍ୟାଧୁନିକ ପାଟ୍ରୋଲିଂ ଜାହାଜଗୁଡ଼ିକୁ କିଣିବା ପାଇଁ ଭାରତୀୟ ପ୍ରତିରକ୍ଷା ବିଭାଗ ୪,୯୪୧ କୋଟି ଟଙ୍କା ଖର୍ଚ୍ଚ କରିବ। ଆଜି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଡିଫେନ୍ସ ଆକିଜ୍ୟୁସନ୍‌ କାଉସିଲ (ଡିଏସି)ର ଏକ ବୈଠକରେ ଏଥିପାଇଁ ବିଧିବଦ୍ଧ ଅନୁମତି ପ୍ରଦାନ କରାଯାଇଛି।

ଏହି ସଂପୂର୍ଣ୍ଣ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଉଚ୍ଚ କ୍ଷମତା ସମ୍ପନ୍ନ ଗୋଟିଏ ଗୋଟିଏ ପାଟ୍ରୋଲିଂ ଜାହଜରେ ୧୩୦ ଜଣ ନୌସେନା ଯବାନଙ୍କ ସହ ୨୦ ଜଣ ନୌସେନା ଅଧିକାରୀ ମୁତୟନ ରହିବେ। ଏମାନେ ଭାରତୀୟ ଜଳ ସୀମା ମଧ୍ୟରେ ସୁରକ୍ଷାକୁ ନିଶ୍ଚିତ କରିବା ସହ ଯୁଦ୍ଧ ସମୟରେ ଉଦ୍ଧାର ଓ ସନ୍ଧାନ କାର୍ଯ୍ୟକୁ ମଧ୍ୟ ସଫଳତାର ସହ ତୁଲାଇ ପାରିବେ। ପୂର୍ବରୁ ଭାରତୀୟ ନୌସେନା ନିକଟରେ ୧୦ଟି ପାଟ୍ରୋଲିଂ ଜାହାଜ ରହିଥିଲା। ତେବେ, ସଂପ୍ରତି ଚୀନ୍‌ ପଟୁ ଜଳ ସୀମା ମଧ୍ୟରେ ସୃଷ୍ଟି ହେଉଥିବା ଅଯଥା ଉତ୍ତେଜନା ଓ ଅଶାନ୍ତିକୁ ଦୃଷ୍ଟିରେ ରଖି ଏଗୁଡ଼ିକ ଆବଶ୍ୟକତା ପୂରଣ କରିପାରୁ ନଥିବାରୁ ଏବେ ଆଉ ୬ଟି ସଂପୂର୍ଣ୍ଣ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଉଚ୍ଚ କ୍ଷମତା ସମ୍ପନ୍ନ ୬ଟି ପାଟ୍ରୋଲିଂ ଜାହଜ ୪,୯୪୧ ଟଙ୍କା ବ୍ୟୟରେ କିଣିବା ପାଇଁ ପ୍ରତିରକ୍ଷା ବିଭାଗ ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର