ଏହି ଅମୋଘ ଅସ୍ତ୍ର କିଣିବାକୁ ଯାଉଛି ନୌସେନା, ଶତ୍ରୁ ଜାଣିବା ପୂର୍ବରୁ ଧ୍ୱଂସ ହୋଇସାରିଥିବ

ନୂଆଦିଲ୍ଲୀ : ଭାରତୀୟ ନୌସେନା ଆସନ୍ତା କିଛି ବର୍ଷ ମଧ୍ୟରେ ଏକ ଅଭିନବ ଅସ୍ତ୍ର କିଣିବାକୁ ଯାଉଛି । ତାହା ହେଉଛି ପାଣି ଭିତରେ ଚାଲିପାରୁଥିବା ଡ୍ରୋନ । ଏପରି ୮ଟି ସ୍ୱୟଂଚାଳିତ (ମାନବ ବିହୀନ) ହାଇ ଏଣ୍ଡୋରାନ୍ସ ଅଟୋନମସ ଅଣ୍ଡରଓ୍ଵାଟର ଭେହିକ୍ଲ ବା ଅଣ୍ଡରଓ୍ଵାଟର ଡ୍ରୋନ କିଣିବା ପାଇଁ ଭାରତୀୟ ନୌସେନା ଟେଣ୍ଡର ଇସ୍ୟୁ କରିଛି । ଏ ସଂପର୍କରେ ଋଷିଆର ସମ୍ବାଦପତ୍ର ସ୍ପୁଟନିକ ନ୍ୟୁଜରେ ଖବର ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁସାରେ ଆସନ୍ତା ୨୦୨୧ ସୁଦ୍ଧା ଏସବୁ ଡ୍ରୋନକୁ ସାମିଲ କରିବାକୁ ନୌସେନା ଲକ୍ଷ୍ୟ ରଖିଛି । ଏସବୁ ଡ୍ରୋନ ଗୁଡ଼ିକ ପାଣି ମଧ୍ୟରେ ରହି ଶତ୍ରୁପକ୍ଷର ଯୁଦ୍ଧଜାହାଜ, ବୁଡାଜାହଜ ଆଦିକୁ ବହୁ ଦୂରରୁ ଠାବ କରିବା ସହ ସେଗୁଡ଼ିକ ଉପରେ ଆକ୍ରମଣ ମଧ୍ୟ କରିପାରିବ । ନୌସେନା ପକ୍ଷରୁ ଜାରି ଟେଣ୍ଡର ନୋଟିସରେ କୁହାଯାଇଛି ଯେ ଏସବୁ ବୁଡା ଡ୍ରୋନଗୁଡ଼ିକ ଅତି କମରେ ୧୫ ଦିନ ଧରି ଗଭୀର ସମୁଦ୍ରରେ ରହିପାରୁଥିବ ଓ ଘଣ୍ଟାକୁ ୩ ନଟିକାଲ ମାଇଲ୍ସ ଯାଇପାରୁଥିବ । କେବଳ ଏତିକି ନୁହେଁ ପାଣି ଉପରେ ଚାଲିପାରୁଥିବା ମାନବବିହୀନ ଛୋଟ ଜଳଯାନ ମଧ୍ୟ ବରାଦ ଦେଇଛି । ଏଗୁଡିକ ମଧ୍ୟ ସମୁଦ୍ରରେ ଆକ୍ରମଣ କରିପାରିବ ।

ସମ୍ବନ୍ଧିତ ଖବର