ନୂଆଦିଲ୍ଲୀ : ୨୦୪୭ ମସିହା ସୁଦ୍ଧା ଭାରତୀୟ ନୌସେନା ନିଜର ସବୁ କ୍ଷେତ୍ରରେ ସଂପୂର୍ଣ୍ଣ ଆତ୍ମନିର୍ଭରଶୀଳ ହୋଇଯିବ ବୋଲି ଭାରତୀୟ ନୌସେନା ମୁଖ୍ୟ ଆଡ୍ମିରାଲ ଆର୍ ହରି କୁମାର କହିଛନ୍ତି।
‘ଇଣ୍ଡିଆ ଡିଫେନ୍ସ କନ୍କ୍ଲେଭ ୨୦୨୨’ରେ ହରି କୁମାର କହିଛନ୍ତି ଯେ ରୁଷ୍-ୟୁକ୍ରେନ୍ ଯୁଦ୍ଧରୁ ଆମକୁ ନୂତନ ଟେକ୍ନୋଲୋଜି, ସାଇବର ସ୍ପେସ୍ ଏବଂ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସମ୍ପର୍କରେ ଅନେକ କିଛି ଶିଖିବାକୁ ମିଳିଛି। ସ୍ବଦେଶୀ ଉପକରଣ ବିଷୟରେ କହିଲେ ଯେ, ୧୯୬୧ମସିହାରେ ପ୍ରଥମ ଥର ପାଇଁ ଏକ ଛୋଟ ପାଟ୍ରୋଲ୍ ବୋଟ୍, ‘ଆଇଏନ୍ଏସ୍ ଅଜୟ’ ନିର୍ମାଣ କରାଯାଇଥିଲା। ସେବେଠାରୁ ଆଜିପର୍ଯ୍ୟନ୍ତ ନୌସେନାରେ ହୋଇଥିବା ବିକାଶ ଆଗାମୀ ଦିନ ପାଇଁ ପ୍ରେରଣା ସାଜିବ ବୋଲି ହରି କୁମାର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/R-hari-kumar.jpg)