କୋଚିଠାରେ ଦୁର୍ଘଟଣାର ସମ୍ମୁଖୀନ ହେଲା ଭାରତୀୟ ନୌସେନାର ଚାଳକ ବିହୀନ ବିମାନ

କୋଚି: କୋଚିରୁ ଉଡ଼ାଣ ଅାରମ୍ଭ କରୁଥିବା ଭାରତୀୟ ନୌସେନାର ଏକ ଚାଳକ ବିହୀନ ବିମାନ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ରିପୋର୍ଟ ଏ ପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ଏହି ବିମାନର ଦୁର୍ଘଟଣା ଘଟିବା ପରେ ତାହାର ଖୋଜଖବର ନେବା ପାଇଁ ଅନ୍ୟ ଏକ ବିମାନ ନିୟୋଜିତ କରାଯାଇଥିଲା। ତେବେ, ଦୁର୍ଘଟଣାଟି କାହିଁକି ଘଟିଛି ତାହାର ତଦନ୍ତ କରିବା ପାଇଁ ଏକ ତଦନ୍ତକାରୀ ଦଳ ମଧ୍ୟ ନିୟୋଜିତ ହୋଇଛି । ଯାନ୍ତ୍ରିକ ତ୍ରୁଟି ହେତୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

ଏହି ଦୁର୍ଘଟଣାଟି ଉପରାଷ୍ଟ୍ରପତି ଏମ୍‌ ଭେଙ୍କେୟା ନାଇଡୁଙ୍କ କୋଚି ଗସ୍ତର କିଛି ସମୟ ପୂର୍ବରୁ ଘଟିଯାଇଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ୨୦୧୬ ମସିହା ଜୁଲାଇ ୧୬ ତାରିଖରେ ଇଞ୍ଜିନରେ ତ୍ରୁଟି ଥିବା ହେତୁ ଅନ୍ୟ ଏକ ବିମାନ କୋଚିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ସମ୍ବନ୍ଧିତ ଖବର