ଭାରତୀୟ ନୋଟରେ ଲକ୍ଷ୍ମୀଙ୍କ ଚିତ୍ର ରହୁ, ଟଙ୍କା ସୁଦୃଢ ହେବ : ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ : ଅର୍ଥନୀତି ଓ ଟଙ୍କା ମୂଲ୍ୟ ସୁଧାରିବାକୁ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଏକ ଅଦ୍ଭୁତ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି ଯେ ନୋଟରେ ମହାଲକ୍ଷ୍ମୀଙ୍କ ଚିତ୍ର ଛପାଯାଉ ।

ମଧ୍ୟପ୍ରଦେଶରେ ଆୟୋଜିତ ଏକ ସମାରୋହରେ ଭାଷଣ ଦେଇ ସେ କହିଛନ୍ତି ଯେ ଇଣ୍ଡୋନେସିଆ ମୁଦ୍ରାରେ ଗଣେଶଙ୍କ ଚିତ୍ର ରହିଛି । ଗଣେଶ ବିଘ୍ନହର୍ତ୍ତାଭାବେ ଜଣାଶୁଣା । ଏଣୁ ଏହା ପରେ ଇଣ୍ଡୋନେସିଆର ଅର୍ଥନୀତି ସୁଧୁରିଛି । ଯଦି ଇଣ୍ଡୋନେସିଆ ପରି ଇସ୍ଲାମିକ ଦେଶର ମୁଦ୍ରାରେ ଗଣେଶଙ୍କ ଚିତ୍ର ରହିପାରୁଛି, ଭାରତ ପରି ଏକ ହିନ୍ଦୁବହୁଳ ଦେଶର ନୋଟରେ କାହିଁକି ଲକ୍ଷ୍ମୀଙ୍କ ଚିତ୍ର ରହିପାରିବ ନାହିଁ । ତେବେ ଏ ସଂପର୍କିତ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେଇପାରିବେ ବୋଲି ସେ କହିଛନ୍ତି ।

india today

ସେ କହିଛନ୍ତି ଯେ ଇଣ୍ଡୋନେସିଆ ଏକ ଇସ୍ଲାମିକ ଦେଶ ହେଲେ ମଧ୍ୟ ସେମାନେ ନିଜର ପୁରୁଣା ହିନ୍ଦୁ ସଂସ୍କୃତିକୁ ଭୁଲି ପାରିନାହାନ୍ତି । ଏଥିପାଇଁ ସେମାନଙ୍କ ସଂସ୍କୃତିରେ ସନାତନି ସଂସ୍କୃତିର ଛାପ ଦେଖିବାକୁ ମିଳେ । ନାଗରିକତା (ସଂଶୋଧନ) ଆଇନ ଉପରେ ସେ କହିଛନ୍ତି ଯେ ପୂର୍ବରୁ ମହାତ୍ମା ଗାନ୍ଧି, କଂଗ୍ରେସ ଦଳ ଏପରିକି ଡ. ମନମୋହନ ସିଂ ମଧ୍ୟ ଏହାକୁ ସମର୍ଥନ କରିଥିଲେ । କିନ୍ତୁ ଏହି ଆଇନ ମାଧ୍ୟମରେ ପାକିସ୍ତାନ ମୁସଲିମମାନଙ୍କ ପ୍ରତି ଅନ୍ୟାୟ କରାଯାଇଛି ବୋଲି କହି କଂଗ୍ରେସ ଆନ୍ଦୋଳନ କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର