ସିଙ୍ଗାପୁର: ମଦ୍ୟପାନ କରି ଗାଡ଼ି ଚାଳନା କରିବା ଜନୈକ ଭାରତୀୟ ବଂଶୋଦ୍ଭବ ଓକିଲଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏବଂ ଏହି ଅପରାଧ ପାଇଁ ଜରିମାନା ଭାବେ ତାଙ୍କୁ ୮୦ ହଜାର ଟଙ୍କାର ତଣ୍ଡ ଗଣିବାକୁ ପଡ଼ିଛି।
ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ୩୯ ବର୍ଷ ବୟସ୍କ ଭାରତୀୟ ବଂଶୋଦ୍ଭବ ବରିଷ୍ଠ ଓକିଲ ଜୟେନ୍ଦ୍ରନ୍ ଜୟପାଲ ସିଙ୍ଗପୁରର ଆଟର୍ଣ୍ଣି ଜେନେରାଲଙ୍କ ଚାମ୍ବରରେ ଡେପୁଟି ସିନିୟର ଷ୍ଟେଟ କାଉନ୍ସେଲ ଭାବେ ଅବସ୍ଥାପିତ ଅଛନ୍ତି। ଗତ ଫେବ୍ରୁଆର ୧୧ ତାରିଖରେ ସେ ଏକ ପାର୍ଟିରେ ଯୋଗଦେବା ଅବସରରେ ସେଠାରେ ମଦ୍ୟପାନ କରିଥିଲେ। ପରେ ନିଶାସକ୍ତ ଅବସ୍ଥାରେ ବିଳମ୍ବିତ ରାତ୍ରି ପ୍ରାୟ ୪ଟା ବେଳେ ନିଜେ ଗାଡ଼ି ଚଳାଇ ଘରକୁ ଫେରୁଥିବା ବେଳେ ବାଟରେ ଟ୍ରାଫିକ୍ ପୁଲିସ୍ ହାବୁଡ଼ରେ ପଡ଼ି ଯାଇଥିଲେ। ଟ୍ରାଫିକ୍ ପୁଲିସ୍ ‘ବ୍ରେଥ୍ ଆନାଲାଇଜର’ ଲଗାଇ ତାଙ୍କର ପରୀକ୍ଷା ନେବାବେଳେ ସେ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା କରୁଥିବାର ପ୍ରମାଣ ପାଇଥିଲେ।
/sambad/media/post_attachments/wp-content/uploads/2018/08/A1-3-300x169.jpg)
ଏହାପରେ ସିଙ୍ଗାପୁରର ଏକ ଅଦାଲତରେ ଟ୍ରାଫିକ୍ ପୁଲିସ୍ ଜୟେନ୍ଦ୍ରନ୍ ଜୟପାଲଙ୍କ ବିରୋଧରେ ଏକ ମାମଲା ଆଗତ କରିଥିଲେ। ଏହି ମାମଲାର ଶୁଣାଣି କାଳରେ ଜୟେନ୍ଦ୍ରନ୍ ଜୟପାଲ ତାଙ୍କ ଦୋଷ ସ୍ୱୀକାର କରିବା ସହ ଏହା ତାଙ୍କର ପ୍ରଥମ ଅପରାଧ ହୋଇଥିବା କାରଣରୁ ତାଙ୍କ ପ୍ରତି ସର୍ବନିମ୍ନ ଦଣ୍ଡବିଧାନ କରିବାକୁ ବିଚାରପତିଙ୍କୁ ଅନୁରୋଧ କରିଥିଲେ। ତେବେ, ବିଚାରପତି ଗତକାଲି ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରି ଜୟେନ୍ଦ୍ରନ୍ ଜୟପାଲଙ୍କୁ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଗାଡ଼ିଚାଳନା କରିବା ଅପରାଧରେ ଦୋଷୀ ସାବ୍ୟସ୍ତ କରିବା ସହ ଏହି ଅପରାଧ ପାଇଁ ସଙ୍ଗାପୁର ମୁଦ୍ରାରେ ୧୬୦୦ ଏସ୍ଜିଡି (ଭାରୀୟ ମୁଦ୍ରାରେ ୮୦, ୩୯୬ ଟଙ୍କା)ର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/A2-3.jpg)