କାନାଡ଼ାରେ ଭାରତୀୟ ବଂଶୋଦ୍ଭବ ସାମ୍ବା‌ଦିକଙ୍କୁ ଟଣାଓଟରା; ପୁଲିସ ନିରବ

ନୂଆଦିଲ୍ଲୀ : କାନାଡ଼ାରେ ଜଣେ ଭାରତୀୟ ବଂଶୋଦ୍ଭବ ସାମ୍ବାଦିକଙ୍କୁ ଖଲିସ୍ତାନୀ ସମର୍ଥକମାନେ ଟଣାଓଟରା କରିଛନ୍ତି। ଉକ୍ତ ସାମ୍ବାଦିକଙ୍କ ନାମ ସମୀର କୌଶଳ। ସୋମବାର ସନ୍ଧ୍ୟାରେ କାନାଡ଼ାର ସୁରେ ଅଞ୍ଚଳରେ ସମୀର କୌଶଳଙ୍କୁ ଖଲିସ୍ତାନୀ ସମର୍ଥକମାନେ ଦୁର୍ବ୍ୟବହାର କରିଥିଲେ। କୌଶଳ କହିଛନ୍ତି, ଭାରତୀୟ ହାଇ କମିସନରଙ୍କ ଗସ୍ତ ଅବସରରେ ସେ ‌ଏକ ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ଖଲିସ୍ତାନୀ ସମର୍ଥକମାନେ ତାଙ୍କୁ ଧମକ ଦେଇଥିଲେ ଏବଂ ଧସ୍ତାଧସ୍ତି କରିଥିଲେ। ସୁରେ ପୁଲିସ ସମଗ୍ର ଘଟଣା ଦେଖିଥିଲା। ଆନ୍ଦୋଳନ ହିଂସାରେ ପରିଣତ ହୋଇଥିଲେ ସୁଦ୍ଧା

ପୁଲିସ ସେମାନଙ୍କୁ ଅଟକାଇବା ବଦଳରେ ନିରବଦ୍ରଷ୍ଟା ସାଜିଥିଲା। ତେବେ କୌଶଳ ନିଜ ସୁରକ୍ଷା ପାଇଁ ସ୍ଥାନ ଛାଡ଼ି ପଳାଇବାପାଇଁ ପୁଲିସ ତାଙ୍କୁ କହିଥିଲା। କୌଶଳ କହିଛନ୍ତି, ଭାରତୀୟ ହାଇ କମିସନର ସଂଜୟ କୁମାର ବର୍ମା କାନାଡ଼ାର ପଶ୍ଚିମ ଉପକୂଳରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ। କାନାଡ଼ାରେ ଥିବା ଭାରତୀୟଙ୍କ ଦ୍ବାରା ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଯେତେବେଳେ ମୁଁ ସେଠାରେ ପହଞ୍ଚିଲି ଖଲିସ୍ତାନୀ ଆନ୍ଦୋଳନକାରୀମାନେ ମତେ ବିରୋଧ କରିଥିଲେ ଏବଂ ଆଗକୁ ବଢ଼ିବାକୁ ଦେଇନଥିଲେ। ସେମାନେ ଭାରତର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଓ ସ୍ଲୋଗାନ୍‌ ଦେଇଥିଲେ ବୋଲି କୌଶଳ କହିଛନ୍ତି।

ସମ୍ବନ୍ଧିତ ଖବର