ଭାରତୀୟ ବଂଶୋଦ୍ଭବ ଗାଣିତିକ ଅକ୍ଷୟ ଭେଙ୍କଟେଶଙ୍କୁ ଗଣିତ ପାଇଁ ‘ଫିଲ୍‌ଡ୍‌ ମେଡାଲ୍‌’ ପୁରସ୍କାର

ନ୍ୟୁୟର୍କ: ଖ୍ୟାତନାମା ଭାରତୀୟ-ଅଷ୍ଟ୍ରେଲୀୟ ଗାଣିତିକ ଅକ୍ଷୟ ଭେଙ୍କଟେଶ ଗଣିତ ପାଇଁ ନୋବେଲ୍‌ ପୁରସ୍କାର କୁହାଯାଉଥିବା ମର୍ଯ୍ୟାଦାଜନକ ‘ଫିଲ୍‌ଡ୍‌ ମେଡାଲ୍‌’ ପୁରସ୍କାର ବିଜୟୀ ହୋଇଛନ୍ତି।

ପ୍ରତି ଚାରି ବର୍ଷରେ ଥରେ ୪୦ ବର୍ଷରୁ କମ୍‌ ସବୁଠୁ ପ୍ରତିଶ୍ରୁତିସମ୍ପନ୍ନ ଗାଣିତିକମାନଙ୍କୁ ‘ଫିଲ୍‌ଡ୍‌ ମେଡାଲ୍‌’ ପୁରସ୍କାର ପ୍ରଦାନ କରାଯାଏ।

ସମ୍ପ୍ରତି ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଥିବା ନୂଆଦିଲ୍ଲୀରେ ଜନ୍ମିତ ୩୬ ବର୍ଷିୟ ଭେଙ୍କଟେଶ ‘ପ୍ରୋଫାଉଣ୍ଡ୍‌ କଣ୍ଟ୍ରିବ୍ୟୁସନ୍‌ସ୍‌ ଟୁ ଆନ୍‌ ଏକ୍‌ସେପ୍‌ସ୍‌ନାଲି ବ୍ରଡ୍‌ ରେଞ୍ଜ୍‌ ଅଫ୍‌ ସବ୍‌ଜେକ୍ଟସ୍‌ ଇନ୍‌ ମାଥ୍‌ମେଟିକ୍‌ସ୍‌’ ପାଇଁ ‘ଫିଲ୍‌ଡ୍‌ ମେଡାଲ୍‌’ ଜିଣିଛନ୍ତି।

ଆଜି ରିଓ ଡି ଜେନିରୋସ୍ଥିତ ଇଣ୍ଟର୍‌ନେସ୍‌ନାଲ୍‌ କଂଗ୍ରେସ୍‌ ଅଫ୍‌ ମାଥ୍‌ମେଟିସିଆନ୍‌ସ୍‌’ ଠାରେ ପ୍ରଦାନ କରାଯାଇଥିବା ମେଡାଲ୍‌ର ପ୍ରଶସ୍ତି ତାଙ୍କର ଉପରୋକ୍ତ ଉପରୋକ୍ତ ଅବଦାନ ଉପରେ ଆଲୋକପାତ କରାଯାଇଛି।

ଅନ୍ୟ ତିନି ଜଣ ବିଜେତା ହେଉଛନ୍ତି- ଇରାନୀୟ କୁର୍ଦିଶ ବଂଶୋଦ୍ଭବ କେମ୍ବ୍ରିଜ୍‌ ୟୁନିଭର୍ସିଟିର ପ୍ରଫେସର୍‌ ଚସର୍‌ ବିରକର୍‌, ବନ୍‌ ଆଣ୍ଡ୍‌ ଆଲେସିଓ ଫିଗାଲି ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରୁଥିବା ଜର୍ମାନିର ପିଟର୍‌ ସୋଲ୍‌ଜ, ଏବଂ ଇଟିଏଚ୍‌ ଜୁରିଚ୍‌ର ଇତାଲୀୟ ଗାଣିତିକ।

ପ୍ରତ୍ୟେକ ବିଜେତା ନଗଦ ୧୫୦୦୦ କାନଡୀୟ ଡଲାର୍‌ ପାଇବେ।

ପୁରସ୍କାର ପ୍ରଦାନ ଉତ୍ସବରେ ଅନ୍ୟୂନ ଦୁଇ ଜଣ, ବିଶେଷକରି ୪ ଜଣ ବ୍ୟକ୍ତିଙ୍କୁ ସର୍ବଦା ସମ୍ମାନିତ କରାଯାଏ।

ଟରୋଣ୍ଟୋ ଠାରେ ୧୯୨୪ ମସିହାରେ ଅନୁଷ୍ଠିତ ମାଥ୍‌ମେଟିକ୍ସ କଂଗ୍ରେସ ଚଳାଇଥିବା କାନଡୀୟ ଗାଣିତିକ ଜନ୍‌ ଚାର୍ଲସ୍‌ ଫିଲ୍‌ଡ୍‌ସ୍‌ ଅନୁରୋଧକ୍ରମେ ୧୯୩୨ ମସିହାରେ ଏହି ପୁରସ୍କାର ଉଦ୍‌ଘାଟିତ ହୋଇଥିଲା।

ଭେଙ୍କଟେଶ ୨ ବର୍ଷ ବୟସରେ ପିତାମାତାଙ୍କ ସହ ଅଷ୍ଟ୍ରେଲିଆର ପର୍ଥକୁ ଚାଲି ଯାଇଥିଲେ। ୧୯୯୭ ମସିହାରେ ମାତ୍ର ୧୬ ବର୍ଷ ବୟସରେ ଫାଷ୍ଟ୍‍କ୍ଲାସ୍‌ ଅନର୍ସ ପାଇ ଗଣିତରେ ସ୍ନାତକ ହୋଇଥିଲେ। ଗବେଷଣା ନିମନ୍ତେ ତାଙ୍କୁ ଓଷ୍ଟ୍ରୋସ୍କି ପୁରସ୍କାର, ଇମ୍ଫୋସିସ୍‌ ପୁରସ୍କାର, ସାଲେମ୍‌ ପୁରସ୍କାର ଏବଂ ଶାସ୍ତ୍ର ରାମାନୁଜ ପୁରସ୍କାର ଆଦି ମିଳିଛି।

ସମ୍ବନ୍ଧିତ ଖବର