ନିଉୟର୍କ: ଜଣେ ଭାରତୀୟ ମୂଳର ପୁଲିସ ଅଧିକାରୀ କାଲିଫର୍ଣ୍ଣିଆରେ ଖ୍ରୀଷ୍ଟମାସ ସମୟରେ ଓଭର ଟାଇମ୍‌ କରୁଥିଲେ। ତାଙ୍କ ନାଆଁ ହେଲା ରୋନିଲ ସିଂହ। ସେ ବଡ଼ଦିନ ରାତିରେ ଟ୍ରାଫିକ୍‌ ଷ୍ଟପ୍‌ର କାମ କରୁଥିଲେ। ସେହି ସମୟରେ ଜଣେ ଅଜ୍ଞାତ ବନ୍ଧୁକଧାରୀ ରୋନିଲଙ୍କୁ ଗୁଳି ମାରିଥିଲେ। ତା’ପରେ ତାଙ୍କୁ ନିକଟସ୍ଥ ହସ୍ପିଟାଲ୍‌କୁ ନିଆଯାଇଥିଲା,ହେଲେ ସେତେବେଳେକୁ ରୋନିଲଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

Advertisment

publive-image

ପୁଲିସ ପକ୍ଷରୁ ହତ୍ୟାକାରୀକୁ ଧରିବା ପାଇଁ ତନାଘନା ଜାରି ରହିଛି। ରୋନିଲ ସିଂହ ପ୍ରାୟ ସାତ ବର୍ଷ ହେବ ନ୍ୟୁମ୍ୟାନ୍‌ ପୁଲିସ ବିଭାଗର କାର୍ଯ୍ୟ କରୁଥିଲେ।ରୋନିଲ ସିଂହ ୨୦୧୧ରେ କାଲିଫର୍ଣ୍ଣିଆରେ କାର୍ଯ୍ୟରେ ଯୋଗ ଦେଇଥିଲେ। ରୋନିଲ ସିଂହଙ୍କ ପରିବାରକୁ ସମବେଦନା ଜଣାଇବା ଲାଗି କାଲିଫର୍ଣ୍ଣିଆରେ ପତାକା ଅର୍ଦ୍ଧନିମିଳିତ ରହିବ ବୋଲି ରାଜ୍ୟପାଳଙ୍କ ଅଧିକାରୀ ସୂଚନା ଦେଇଛନ୍ତି। ସେଠାରେ ଥିବା ଭାରତୀୟ ଅଧିକାରୀମାନଙ୍କ ସଂଘ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତ ରୋନିଲଙ୍କର ପତ୍ନୀ ଅନାମିକା ଓ ୫ ମାସର ପୁଅ ଅଛନ୍ତି।