ମାଲେସିଆ ସରକାରରେ ପ୍ରଥମ ଶିଖ କ୍ୟାବିନେଟ ମନ୍ତ୍ରୀ ଗୋବିନ୍ଦ ସିଂହ ଦେଓ

କୁଆଲାଲମ୍ପୁର: ଭାରତ ବଂଶୋଦ୍ଭବ ଶିଖ୍‌ ରାଜନେତା ଗୋବିନ୍ଦ ସିଂହ ଦେଓ ମାଲେସିଆର ପ୍ରଥମ ଶିଖ ଭାବେ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି। ମାଲେସିଆର ଇତିହାସରେ ପ୍ରଥମଥର ପାଇଁ କୌଣସି ସଂଖାଲଘୁ ସମ୍ପ୍ରଦାୟରୁ ଜଣେ ମାଲେସିଆ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି।
ଗୋବିନ୍ଦ ସିଂହ ଦେଓଙ୍କୁ ଯୋଗାଯୋଗ ମନ୍ତ୍ରଣାଳୟର କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି। ଅନ୍ୟ ଜଣେ ଏମ କୁଳଶେଖରନ ନାମକ ଭାରତୀୟ ବଂଶୋଦ୍ଭବ ମଧ୍ୟ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି।
ସୂଚନାଯୋଗ୍ୟ ଯେ ମାଲେସିଆର ବରିଷ୍ଠ ଆଇନଜୀବୀ ତଥା ରାଜନେତା ସ୍ୱର୍ଗତ କରପାଲ ସିଂହଙ୍କ ପୁଅ ଶ୍ରୀ ଦେଓ ମାଲେସିଆର ପୁଚଙ୍ଗ ନିର୍ବାଚନ ମଣ୍ଡଳିରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ ଓ ଗତକାଲି ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ ତାଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ। ଶ୍ରୀ ଦେଓ ପ୍ରଥମ ଥର ପାଇଁ ୨୦୦୮ ମସିହାରେ ନିର୍ବାଚନ ଜିଣିଥିଲେ। ୨୦୧୩ରେ ଦ୍ୱିତୀୟ ଥର ପାଇଁ ରେ ନିର୍ବାଚନ ଜିଣିବା ସହିତ ଚଳିତ ବର୍ଷ ୪୭ ହଜାରରୁ ଅଧିକ େ ଭାଟ୍‌ ବ୍ୟବଧାନରେ ଶ୍ରୀ ଦେଓ ନିର୍ବାଚିତ ହୋଇଛନ୍ତି। ମାଲେସିଆରେ ଥିବା ୧ଲକ୍ଷରୁ ଉର୍ଧ୍ୱ ଶିଖ ସମ୍ପ୍ରଦାୟ ଶ୍ରୀ ଦେବ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିିବାରୁ ବେଶ ଖୁସି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର